୪୫୪ ପଦବୀ ପାଇଁ ୟୁପିଏସ୍‌ସି ବାହାରକଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନି ପ୍ରକାର ଡାକ୍ତରୀ ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଆବେଦନର ଶେଷ ତାରିଖ ମେ୨୧, ୨୦୧୮ ରହିଛି।

ପଦବୀ ସଂଖ୍ୟା-୪୫୪

Assistant Divisional Medical Officer in railways: ୩୦୦

Assistant Medical Officer in Indian Ordnance Factories Health Services: ୧୬

Junior Scale Posts in Central Health Services: ୧୩୮

ବୟସ ସୀମା ପ୍ରାର୍ଥୀଙ୍କ ବୟସ ୩୨ବର୍ଷରୁ ଉର୍ଦ୍ଧ୍ୱ ହୋଇନଥିବ। ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ୫ବର୍ଷ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୩ବର୍ଷ ପର୍ଯ୍ୟନ୍ତ ବୟସ ଛାଡ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା- MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବକ ଯୁବତୀ ଆବେଦନ କରିପାରିବେ।