ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ: ଦିଲ୍ଲୀର ଟିନା ଡାବି ଟପ୍ପର, ଓଡ଼ିଶାରୁ ୨୬ ଜଣ ସଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି)ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଶୀର୍ଷରେ ରହିଛନ୍ତି ଦିଲ୍ଲୀ ଝିଅ ଟିନା ଡାବି। ଦ୍ୱିତୀୟ ସ୍ଥାନରେ ଜାମ୍ମୁ ଓ କାଶ୍ମୀରର ଅତହର ଅମୀର ଉଲ୍‌ ଶାଫି ଖାନ୍‌, ତୃତୀୟ ସ୍ଥାନରେ ଜସ୍‌ମିତ ସିଂହ ସିନ୍ଧୁ, ଚତୁର୍ଥ ସ୍ଥାନରେ ଆର୍ତିକା ଶୁକ୍ଳା ଓ ପଞ୍ଚମ ସ୍ଥାନରେ ଶଶାଙ୍କ ତ୍ରିପାଠୀ ରହିଛନ୍ତି । ଏଥିରେ ମୋଟ୍‌ ୧୦୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୬ ଜଣ […]

dibyajyoti parida

dibyajyoti parida

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 03:22 PM IST

Sports

Latest News

tina dabiଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି)ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଶୀର୍ଷରେ ରହିଛନ୍ତି ଦିଲ୍ଲୀ ଝିଅ ଟିନା ଡାବି। ଦ୍ୱିତୀୟ ସ୍ଥାନରେ ଜାମ୍ମୁ ଓ କାଶ୍ମୀରର ଅତହର ଅମୀର ଉଲ୍‌ ଶାଫି ଖାନ୍‌, ତୃତୀୟ ସ୍ଥାନରେ ଜସ୍‌ମିତ ସିଂହ ସିନ୍ଧୁ, ଚତୁର୍ଥ ସ୍ଥାନରେ ଆର୍ତିକା ଶୁକ୍ଳା ଓ ପଞ୍ଚମ ସ୍ଥାନରେ ଶଶାଙ୍କ ତ୍ରିପାଠୀ ରହିଛନ୍ତି । ଏଥିରେ ମୋଟ୍‌ ୧୦୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସାଧାରଣ ବର୍ଗର ୪୯୯ ଜଣ, ଓବିସିର ୩୧୪ ଜଣ, ଏସ୍‌ସି ବର୍ଗର ୧୭୬ ଜଣ ଓ ଏସ୍‌ଟି ବର୍ଗର ୮୯ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଏହି ସର୍ବଭାରତୀୟ ପରୀକ୍ଷାରେ ଓଡ଼ିଶାରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୨୬ ତମ ସ୍ଥାନରେ ଦିବ୍ୟଜ୍ୟୋତି ପରିଡା ରହିଥିବା ବେଳେ ୮୧ତମ ସ୍ଥାନରେ ଅନୁପମ ମିଶ୍ର, ୧୨୨ତମ ସ୍ଥାନରେ ଅଶୋକ ମିଶ୍ର, ୧୭୨ ସ୍ଥାନରେ କ୍ଷମା ମିଶ୍ର, ୧୯୯ ସ୍ଥାନରେ ସାଗରିକ ନାଥ, ୨୬୦ ସ୍ଥାନରେ ଅମିତାଭ ମିଶ୍ର, ୧୬୯ ସ୍ଥାନରେ ସ୍ମୃତି ମିଶ୍ର ଓ ୨୭୯ ସ୍ଥାନରେ ରାହୁଲ ଦେଓ ରହିଛନ୍ତି। ସେହିପରି ୩୪୧ ସ୍ଥାନରେ ଅଭିଳାଷ ମିଶ୍ର, ୩୬୭ ସ୍ଥାନରେ ଶୁଭଙ୍କର ମହାପାତ୍ର, ୩୯୮ ସ୍ଥାନରେ ଧୀମନ ବରାଇ, ୪୧୩ ସ୍ଥାନରେ ସୁମନ ସୌରଭ ମହାନ୍ତି, ୫୧୬ ସ୍ଥାନରେ ହିମାଦ୍ରି ଭୂଷଣ ବିଶ୍ୱାଳ, ୫୪୮ତମ ସ୍ଥାନରେ ଆଶିଷ କୁମାର ସେନାପତି, ୫୬୦ତମ ସ୍ଥାନରେ ଅପରାଜିତା ଦାସ, ୭୭୯ ତମ ସ୍ଥାନରେ ପ୍ରମୋଦ ନାୟକ, ୯୨୨ ତମ ସ୍ଥାନରେ ଲିଙ୍କରାଜ ନାୟକ, ୯୪୬ ତମ ସ୍ଥାନରେ ଶିତିକାନ୍ତ ଦାସ, ୯୭୪ ସ୍ଥାନରେ ଶ୍ରୀଧର ଦାସ, ୧୦୩୧ ସ୍ଥାନରେ ଦୀପକ୍ କୁମାର ମୁର୍ମୁ ଓ ୧୦୭୫ ସ୍ଥାନରେ ଇନ୍ଦ୍ରଜିତ ପଣ୍ଡା ସଫଳତା ପାଇଛନ୍ତି।

୨୬ଶ ରାଙ୍କରେ ଥିବା ଦିବ୍ୟଜ୍ୟୋତି ପରିଡା କହିଛନ୍ତି,“ପିତାମାତାରଙ୍କର ସ୍ୱପ୍ନକୁ ମୁଁ ସଫଳ କରିଛି। ମୁଁ ଏହି ପରୀକ୍ଷାର ୨୬ ତମ ରାଙ୍କରେ ଥିବାରୁ ମୋ ପାଇଁ  ଓ ମୋ ପରିବାର ପାଇଁ ଏହା ବଡ କଥା। ଚେଷ୍ଟା କରୁଥିଲି, ଏତେବଡ ସଫଳତା ମିଳିଗଲା, ମୁଁ ବହୁତ ଖୁସି। ବାପା ମା ଓ ଶିକ୍ଷକଙ୍କ ପ୍ରୋତ୍ସାହନରେ ମୁଁ ଆଗକୁ ବଢିଛି। ସେମାନଙ୍କ ପାଇଁ ଏହି ଖବର ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କଠାରୁ ବହୁ କିଛି ଶିକ୍ଷା କରି ଏହି ସଫଳତା ପାଇଛି। ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବଟାନୀରେ ସ୍ନାତକୋତ୍ତର କରୁଥିଲି। ଏହାପରେ ଆଇଏଏସ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି। ଏବେ ସଫଳତା ମିଳିଲା ମତେ ବହୁତ ଖୁସି ଲାଗୁଛି।”

ଶ୍ରେଷ୍ଠ ସ୍ଥାନରେ ଥିବା ଦିଲ୍ଲୀ ଝିଅ ଟିନା ଡାବି କହିଛନ୍ତି,“ମୁଁ ଭାବି ପାରୁ ନାହିଁ, ଏହା ସ୍ୱପ୍ନ ପରି ଲାଗୁଛି। ବିଶ୍ୱାସ କରିପାରୁ ନାହିଁ ଯେ ମୁଁ ଶ୍ରେଷ୍ଠ ସ୍ଥାନରେ ରହିଛି ବୋଲି। ମୋର ବିଶ୍ୱାସ ଥିଲା ଯେ ମୁଁ ସିଲେକ୍ସନ ହେବି କିନ୍ତୁ ଶ୍ରେଷ୍ଠ ହେବି ତାହା ଭାବି ନ ଥିଲି। ମୁଁ ଏବେ ବହୁତ ଖୁସି ଅନୁଭବ କରୁଛି। ପ୍ରସ୍ତୁତିରେ ଟିକେ ବି ହେଳା କରି ନ ଥିଲି।”

ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ ସ୍କୁଲ, କଲେଜରେ ଟପ୍ପର ଥିଲି। ମତେ ପାଠ ପଢିବାକୁ ସବୁବେଳେ ଭଲ ଲାଗୁଥିଲା। ଦିନକୁ ୧୦ ଘଣ୍ଟା ପଢିବାକୁ ପଡୁ କି ୧୪ ଘଣ୍ଟା ମତେ ପଢିବାକୁ କେବେ ବି ଡର ଲାଗୁ ନ ଥିଲା। ଏହି ପରୀକ୍ଷାରେ ଶ୍ରେଷ୍ଠ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଏହି ପରୀକ୍ଷାକୁ ସବୁ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀ ଆସୁଛନ୍ତି। ଏହା ଭାବି ଟିକେ ଚିନ୍ତା ଲାଗୁଥିଲା। ଧୈର୍ଯ୍ୟ, ଦୃଢ ଇଚ୍ଛାଶକ୍ତି ଓ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆଜି ମୁଁ ଏ ସଫଳତା ପାଇପାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos