ୟୁପିଏସ୍‌ସିର ଏନ୍‌ଡିଏରେ ନିଯୁକ୍ତି ସୁଯୋଗ

ୟୁପିଏସ୍‌ସି ନ୍ୟାସ୍‌ନାଲ ଡିଫେନ୍‌ସ ଆକାଡେମୀ ପରୀକ୍ଷା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ଥର ୩୮୩ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ତେଣୁ ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବସାଇଟ୍ upsc.gov.inକୁ ଯାଇ ଆବେଦନ କରିପାରିବେ। ଆବେଦନର ସମ୍ପର୍କରେ ଜାଣି ରଖନ୍ତୁ କିଛି ଆବଶ୍ୟକ ସୂଚନା।

ପଦବି

ଆର୍ମି-୨୦୮, ନେଭି-୯୨, ଏୟାର ଫୋର୍ସରେ-୯୨

ନାଭାଲ ଆକାଡେମୀ ୧୦+୨, କ୍ୟାଡେଟ୍ ଏଣ୍ଟ୍ରି ସ୍କିମ୍-୪୪

ଯୋଗ୍ୟତା

ଏଥିପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ କଲେଜ୍‌ରୁ ଯୁକ୍ତ ଦୁଇ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଏୟାର ଫୋର୍ସ ପାଇଁ ଗଣିତ ବିଷୟ ରଖି ଯୁକ୍ତ ଦୁଇ ପାସ୍‌ କରିଥିବା ନିହାତି ଆବଶ୍ୟକ।

ବୟସ ସୀମା

ଆବେଦନକାରୀଙ୍କ ଜନ୍ମ ଜାନୁଆରୀ ୨ ତାରିଖ ୨୦୦୦ ମସିହା ପୂର୍ବରୁ କିମ୍ବା ୨୦୦୩ ପରେ ହୋଇ ନ ଥିବା ଆବଶ୍ୟକ।

ଆବେଦନର ଫି

ସାଧାରଣ ଓ ଓବିସି ବର୍ଗଙ୍କ ପାଇଁ-୧୦୦ ଟଙ୍କା ଫି ରଖାଯାଇଥିବା ବେଳେ ଏସ୍‌ସି ଓ ଏସ୍‌ଟିଙ୍କ ବର୍ଗଙ୍କ କୌଣସି ଫି ରଖାଯାଇ ନାହିଁ।

ଆବେଦନ ସମ୍ପର୍କରେ

ଆବେଦନର ଶେଷ ତାରିଖ ୨ ଜୁଲାଇ ୨୦୧୮ ଥିବା ବେଳେ ଲିଖିତ ପରୀକ୍ଷା ତାରିଖ ୯ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ରହିଛି। ଇଚ୍ଛୁକ ପ୍ରାର୍ଥୀ ଏହାର ୱେବ୍‌ସାଇଟ୍‌ରେ ଯାଇ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା

ପରୀକ୍ଷା, ସାକ୍ଷାତ୍‌କାର ଓ ଫିଜିକାଲ୍ ଟେଷ୍ଟ ବା ଶାରୀରିକ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।