ମଦ ପାଇଁ ଗଳା ବାଟ- ‘ସହରାଞ୍ଚଳ ରାସ୍ତା’

ଭୁବନେଶ୍ୱର: ଜାତୀୟ ରାଜପଥ କଡ଼ରୁ ମଦ ଦୋକାନ ଉଚ୍ଛେଦ ପାଇଁ ସୁପ୍ରିମ୍‌କୋର୍ଟଙ୍କ କଟକଣା ପରେ ରାଜ୍ୟ ସରକାରଙ୍କ ଗଳାବାଟ ଉଦ୍ୟମ। ଅବକାରୀ ବିଭାଗକୁ ସହାୟତା କରିବା ଲାଗି ରାସ୍ତା ବିଭାଗୀକରଣ କରିଛନ୍ତି ସରକାର। ଏନେଇ ଗତକାଲି ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟର ବିଭିନ୍ନ ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦ, ସଦର ମହକୁମା, ବ୍ଲକ୍ ଓ ତହସିଲ ଅଧୀନରେ ଆସୁଥିବା ରାସ୍ତାକୁ ‘ସହରାଞ୍ଚଳ ରାସ୍ତା’ ଭାବେ ବିବେଚନା କରାଯିବ। […]

wineroad

wineroad

Rakesh Mallick
  • Published: Thursday, 13 April 2017
  • Updated: 14 April 2017, 07:31 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ରାଜପଥ କଡ଼ରୁ ମଦ ଦୋକାନ ଉଚ୍ଛେଦ ପାଇଁ ସୁପ୍ରିମ୍‌କୋର୍ଟଙ୍କ କଟକଣା ପରେ ରାଜ୍ୟ ସରକାରଙ୍କ ଗଳାବାଟ ଉଦ୍ୟମ। ଅବକାରୀ ବିଭାଗକୁ ସହାୟତା କରିବା ଲାଗି ରାସ୍ତା ବିଭାଗୀକରଣ କରିଛନ୍ତି ସରକାର। ଏନେଇ ଗତକାଲି ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟର ବିଭିନ୍ନ ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦ, ସଦର ମହକୁମା, ବ୍ଲକ୍ ଓ ତହସିଲ ଅଧୀନରେ ଆସୁଥିବା ରାସ୍ତାକୁ ‘ସହରାଞ୍ଚଳ ରାସ୍ତା’ ଭାବେ ବିବେଚନା କରାଯିବ। ତେବେ ଏସବୁ ଅଞ୍ଚଳ ଭିତରେ ଯାଇଥିବା ଜାତୀୟ ରାଜପଥକୁ ‘ସହରାଞ୍ଚଳ ରାସ୍ତା’ ଭାବେ ବିବେଚନା କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଅନ୍ୟପକ୍ଷରେ ଅବକାରୀ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ  ରାସ୍ତା ବିଭାଗୀକରଣ ନେଇ ତାଙ୍କ ପାଖରେ କିଛି ସୂଚନା ନାହିଁ। ତେବେ ରାସ୍ତା ବିଭାଗୀକରଣ ହେଲେ କିଛି ମଦ ଦୋକାନ ଖୋଲିପାରେ।

ରାଜପଥ ଠାରୁ ୫୦୦ ମିଟର ଭିତରେ କୌଣସି ମଦ ଦୋକାନ କିମ୍ବା ବାର୍ ରହିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos