ଉରୀରେ ସହିଦ ଓଡ଼ିଆ ବିଏସ୍‌ଏଫ୍ ଯବାନ ପୀତବାସଙ୍କ ଶେଷକୃତ୍ୟ ସଂପନ୍ନ

ନୂଆପଡ଼ା: ଜମ୍ମୁ ଓ କାଶ୍ମୀରର ଉରୀରେ ସହିଦ ହୋଇଥିବା ଓଡ଼ିଆ ବିଏସ୍‌ଏଫ୍ ଯବାନ ପୀତବାସ ମାଝିଙ୍କ ଶେଷକୃତ୍ୟ ଆଜି ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କ ଜନ୍ମମାଟି ନୂଆପଡ଼ା ଜିଲ୍ଲା ଦାନୋଝଲାରେ ସଂପନ୍ନ ହୋଇଯାଇଛି। ଗତକାଲି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବା ପରେ ଆଜି ତାଙ୍କ ମରଶରୀରକୁ ତାଙ୍କ ଗାଁକୁ ଅଣାଯାଇଥିଲା। ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀର ରାୟପୁରରେ ପହଞ୍ଚିବା ପରେ ସଡ଼କପଥରେ ତାଙ୍କ ଗାଁକୁ ଅଣାଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସହିଦ […]

pitabasa majhi

pitabasa majhi

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 08:51 PM IST

pitabasaନୂଆପଡ଼ା: ଜମ୍ମୁ ଓ କାଶ୍ମୀରର ଉରୀରେ ସହିଦ ହୋଇଥିବା ଓଡ଼ିଆ ବିଏସ୍‌ଏଫ୍ ଯବାନ ପୀତବାସ ମାଝିଙ୍କ ଶେଷକୃତ୍ୟ ଆଜି ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କ ଜନ୍ମମାଟି ନୂଆପଡ଼ା ଜିଲ୍ଲା ଦାନୋଝଲାରେ ସଂପନ୍ନ ହୋଇଯାଇଛି। ଗତକାଲି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବା ପରେ ଆଜି ତାଙ୍କ ମରଶରୀରକୁ ତାଙ୍କ ଗାଁକୁ ଅଣାଯାଇଥିଲା। ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀର ରାୟପୁରରେ ପହଞ୍ଚିବା ପରେ ସଡ଼କପଥରେ ତାଙ୍କ ଗାଁକୁ ଅଣାଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସହିଦ ପୀତବାସଙ୍କ ଶେଷଦର୍ଶନ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିଲା। ନୂଆପଡ଼ା ଜିଲ୍ଲାପାଳ, ଏସ୍‌ପି, ଏଡିଏମ୍‌ଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ତାଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ।

ଗତ ରବିବାର ଉରୀରେ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ହମ୍‌ଲା ପରେ ହୋଇଥିବା କମ୍ବିଂରେ ଆହତ ହୋଇଥିଲେ ପୀତବାସ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଉରୀ ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ। ସେନାର ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos