ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଅଫିସ ସମ୍ମୁଖରେ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଜଳ ଓ ବିଦ୍ୟୁତ୍‌ ଯୋଗାଣରେ ଅନିୟମିତତା ଅଭିଯୋଗ କରି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଅନ୍ତେବାସୀମାନେ ହାତରେ ବାଲ୍‌ଟି ଧରି  କୁଳପତିଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ହଷ୍ଟେଲ୍‌କୁ ୨୪ଘଣ୍ଟିଆ ବିଦ୍ୟୁତ୍ ଓ ଜଳ ଯୋଗାଣ ସହିତ ରାସ୍ତା ମରାମତି ପାଇଁ ସେମାନେ ଦାବି କରିଛନ୍ତି। ଆଗରୁ ଏ ନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଦାବି ପୂରଣ ହୋଇ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ କୁଳପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। […]

banibihar

banibihar

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 03:22 PM IST

Sports

Latest News

ଭୁବନେଶ୍ୱର: ଜଳ ଓ ବିଦ୍ୟୁତ୍‌ ଯୋଗାଣରେ ଅନିୟମିତତା ଅଭିଯୋଗ କରି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଅନ୍ତେବାସୀମାନେ ହାତରେ ବାଲ୍‌ଟି ଧରି  କୁଳପତିଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ହଷ୍ଟେଲ୍‌କୁ ୨୪ଘଣ୍ଟିଆ ବିଦ୍ୟୁତ୍ ଓ ଜଳ ଯୋଗାଣ ସହିତ ରାସ୍ତା ମରାମତି ପାଇଁ ସେମାନେ ଦାବି କରିଛନ୍ତି। ଆଗରୁ ଏ ନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଦାବି ପୂରଣ ହୋଇ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ କୁଳପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଛାତ୍ରୀ ନିବାସ ସାଧାରଣ ସଂପାଦକ ମଧୁ କହିଛନ୍ତି, “ଦେଢ଼ ବର୍ଷ  ଭିତରେ ଡିଇଓ ସାର୍‌ ଓ ମାଡାମଙ୍କ ପାଖରେ ଆମେ ଦେଢ଼ଶହ ଥର ଅଭିଯୋଗ କରିଥିଲେ ମଧ୍ୟ ଆମର କୌଣସି କଥା କେହି ଶୁଣୁନାହାନ୍ତି। ଆଜି କରିଦେବୁ, କାଲି କରିଦେବୁ ବୋଲି କହୁଛନ୍ତି। ଆମ ହଷ୍ଟେଲରେ ବିଦ୍ୟୁତ୍ ବାରମ୍ବାର କଟୁଛି। ଆମେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos