ଉତ୍ତପ୍ତ ରାଜଧାନୀ: ପାରଦ ଛୁଇଁଲା ୪୩.୨ ଡିଗ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ତାପମାତ୍ର ପୁଣି ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ଏପ୍ରିଲ ମାସରେ ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ। କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶା ଗ୍ରୀଷ୍ମର ପ୍ରକୋପରେ ସିଝୁଛି। କିଛିଦିନର ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ହଠାତ ବୃଦ୍ଧି ପାଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ୨୦୧୦ ଏପ୍ରିଲ ୯ ତାରିଖରେ ଭୁବନେଶ୍ୱର ତାପମାତ୍ରା […]

khara-tati

khara-tati

Rakesh Mallick
  • Published: Wednesday, 06 April 2016
  • Updated: 07 April 2016, 02:39 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ତାପମାତ୍ର ପୁଣି ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀର ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ଏପ୍ରିଲ ମାସରେ ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ। କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶା ଗ୍ରୀଷ୍ମର ପ୍ରକୋପରେ ସିଝୁଛି। କିଛିଦିନର ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ହଠାତ ବୃଦ୍ଧି ପାଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ ୨୦୧୦ ଏପ୍ରିଲ ୯ ତାରିଖରେ ଭୁବନେଶ୍ୱର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଏପ୍ରିଲ ମାସରେ ଗତ ୬ ବର୍ଷ ମଧ୍ୟରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ଥିଲା ଏହିପରି। ୨୦୧୧ରେ ସର୍ବାଧିକ ୩୯.୭, ୨୦୧୨ରେ ୪୧.୨, ୨୦୧୩ରେ ୪୨.୨, ୨୦୧୪ରେ ୪୨.୮ ଓ ୨୦୧୫ରେ ୪୦.୮ ଡିଗ୍ରୀ ସେଲସିୟସ ରହିଥିଲା।

ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି, “ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଏପରି ଖରା ହେଲାଣି। ଆଗକୁ କ’ଣ ହେବ କହିବା ମୁସ୍କିଲ। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟ ହୋଇଯାଉଛି।”

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଦେଖିବାକୁ ମିଳିଛି ସମାନ ସ୍ଥିତି।

କଟକ ବାସିନ୍ଦା ସଞ୍ଜିତ ପଟ୍ଟନାୟକ କହିଛନ୍ତି, “ଖରା ଅସହ୍ୟ ହେଉଛି। ଏପରି ଖରାରେ ବଡ଼ଠାରୁ ସାନ ଯିଏ ବି ପଡ଼ିଯିବ, ପ୍ରାଣ ଚାଲି ଯିବାର ଆଶଙ୍କା ରହିଛି।”

ସମ୍ବଲପୁର ବାସିନ୍ଦା ପ୍ରଫୁଲ୍ଲ ବେହେରା କହିଛନ୍ତି, “ଶହ ଶହ ବର୍ଷର ଗଛକୁ କାଟି ଦିଆଗଲା। ଏହାର ପ୍ରଭାବ ଏବେ ଭୋଗିବାକୁ ପଡୁଛି। ଚାରିଆଡେ ନିଆଁ ଜଳୁଛି।”

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “କେନ୍ଦ୍ର ଭାରତରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି। କିଛି ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଛି। ସେଠାରୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାତି ବଢିଛି।”

ଗତ ମାର୍ଚ୍ଚ ୨୧ ତାରିଖରେ ରାଜଧାନୀର ତାପମାତ୍ରା ରେକର୍ଡ ଭାଙ୍ଗି ଥିଲା। ଉକ୍ତ ଦିନ ରାଜଧାନୀ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଯାହା ମାର୍ଚ୍ଚ ମାସରେ ସର୍ବକାଳୀନ ରେକର୍ଡ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos