ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ଖାରଜ, ବିଜେଡି ଆଶ୍ୱସ୍ତ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଖାରଜ ହୋଇଯାଇଛି। ସବିତା ରାଉତ ତାଙ୍କ ପଦ ବଜାୟ ରଖିଛନ୍ତି। ଏହା ସହିତ ବିଜେଡିକୁ ଆଶ୍ୱସ୍ତି ମିଳିଛି।

ଆଜି ଅନାସ୍ଥା ଭୋଟ୍‌ ଦେବାକୁ କଂଗ୍ରେସର ୯ କାଉନ୍‌ସିଲର ଆସିଥିଲେ। ତେବେ ବିଜେଡିର କୌଣସି କାଉନ୍‌ସିଲର ଭୋଟ୍ ଦେବାକୁ ଆସି ନ ଥିଲେ। ଅନାସ୍ଥା ଭୋଟ୍‌ରେ ଭୋଟ୍ ନ ଦେବାକୁ ଗତକାଲି ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲା। ଦଳୀୟ ନିର୍ଦ୍ଦେଶ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିଲା।

ଗତ ୧୭ ତାରିଖରେ କଂଗ୍ରେସର ୮ ଏବଂ  ଜଣେ ସ୍ୱାଧୀନ କାଉନସିଲର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଅନାସ୍ଥା ଭୋଟରେ ଉପସ୍ଥିତ ରହିବାକୁ କଂଗ୍ରେସ ହ୍ୱିପ୍ ଜାରି କରିଥିଲା।