ଏମିତି ରଖନ୍ତୁ ରୋଷେଇ ଘର

ରୋଷେଇ ଘର ହେଉଛି ଘରର ମୁଖ୍ୟ ଭାଗ। ଏଠାରେ ତିଆରି କରାଯାଉଥିବା ଖାଦ୍ୟ ଆମକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖେ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ଠିକ୍ ଦିଗରେ ହେବା ଉଚିତ। କେତେକ ବ୍ୟକ୍ତି ଘର ନିର୍ମାଣ କଲା ବେଳେ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି, ମାତ୍ର ରୋଷେଇ ଘର ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଯଦି ରୋଷେଇ ଘରେ ବାସ୍ତୁ ଦୋଷ ରୁହେ, ସବୁବେଳେ ଅଶୁଭ ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ କେଉଁ ସବୁ ନିୟମ  ପାଳନ କରିବା ଜରୁରୀ।

ରୋଷେଇ ଘର ଓ ଠାକୁର ଘର ଗୋଟିଏ କରନ୍ତୁ ନାହିଁ। ଯେଉଁ ଘରେ ରୋଷେଇ କରୁଛ, ସେଠି  ପୂଜା କରିଲେ ସବୁବେଳେ ଅଶାନ୍ତି ଦେଖାଦେଇଥାଏ।

ରୋଷେଇ ଘର ନିକଟରେ ଶୌଚାଳୟ ରହିବା ଅଶୁଭ ବୋଲି ଗ୍ରହଣ କରାଯାଇଥାଏ। ଏହାଦ୍ୱାରା  ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ଘରର ସଦସ୍ୟଙ୍କ ମଧ୍ୟରେ ବାଦ-ବିବାଦ ଦେଖାଦେବାର କାରଣ ହୋଇଥାଏ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରୋଷେଇ ଘର ତିଆରି କରନ୍ତୁ ନାହିଁ। ବାସ୍ତୁଶାସ୍ତ୍ରରେ ଏହା ଅଶୁଭ ବୋଲି ଗ୍ରହଣ କରାଯାଇଥାଏ।

ସ୍ନାନ ନକରି କେବେ ହେଲେ ରୋଷେଇ ଘରକୁ ଯାଆନ୍ତୁ ନାହିଁ। ଏହା ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ ବୋଲି କୁହାଯାଇଥାଏ।

ଘରରୁ ବାସ୍ତୁ ଦୋଷ ଦୂର କରିବାକୁ ହେଲେ ସବୁବେଳେ ଭୋଜନ କରିବା ପୂର୍ବରୁ ଖାଦ୍ୟର ପ୍ରଥମ ଭାଗ ଭଗବାନ କିମ୍ୱା ଗାଈକୁ ସମର୍ପିତ କରନ୍ତୁ। ଏପରି କରିବା ଦ୍ୱାରା ଘରେ ଥିବା ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More