ଭାଟ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି

ଭୁବନେଶ୍ୱର: ଭାଟ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ବେଶ ସରଗରମ ହୋଇଥିଲା। ରାଜ୍ୟକୁ ଆମଦାନି ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଭାଟ୍‌ ଛାଡ ଲାଗି ବ୍ୟବସାୟୀମାନେ କରୁଥିବା ଦାବି ଉପରେ ଆଲୋଚନା ଦାବିରେ ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ୪୦ ଓ ପରେ ୩ଟା ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ। ଡାଲି ଓ ଗହମ ଜାତୀୟ ଖାଦ୍ୟ […]

assembly

assembly

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 03:41 PM IST

Sports

Latest News

ଭୁବନେଶ୍ୱର: ଭାଟ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ବେଶ ସରଗରମ ହୋଇଥିଲା। ରାଜ୍ୟକୁ ଆମଦାନି ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଭାଟ୍‌ ଛାଡ ଲାଗି ବ୍ୟବସାୟୀମାନେ କରୁଥିବା ଦାବି ଉପରେ ଆଲୋଚନା ଦାବିରେ ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ୪୦ ଓ ପରେ ୩ଟା ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ।

ଡାଲି ଓ ଗହମ ଜାତୀୟ ଖାଦ୍ୟ ଶସ୍ୟ ଉପରୁ ଭାଟ୍‌ ଉଚ୍ଛେଦ କରିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ଦାବି କରି ଆସୁଛି। ଏହି ଦାବି ପୂରଣ ନ ହେଲେ ବ୍ୟବସାୟୀମାନେ ଏପ୍ରିଲ ୧ରୁ ଏସବୁ ସାମଗ୍ରୀର ଆମଦାନି ବନ୍ଦ କରି ଦେବାକୁ ଚେତାବନୀ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାର ଓ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନା ବିଫଳ ହୋଇ ଯିବାରୁ ସଂଘ ପୂର୍ବ ଘୋଷଣା ଅନୁସାରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍କ ହୋଇଥିବାରୁ ଏ ନେଇ ଗୃହରେ ଆଲୋଚନା କରାଯାଉ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଦାବି କରିଥିଲେ।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ବିରୋଧୀ ଦଳ ବହୁ ପ୍ରସଙ୍ଗରେ ଖାଲି ହଟ୍ଟଗୋଳ କରୁଛନ୍ତି। ହେଲେ କୌଣସି ପ୍ରସଙ୍ଗ ଠିକ ଭାବରେ ଉପସ୍ଥାପନ କରୁନାହାନ୍ତି। ଆମେ ମଧ୍ୟ ଭାଟ୍‌ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁ ଥିଲୁ। ବ୍ୟବସାୟୀମାନେ ଆନ୍ଦୋଳନକୁ ଗଲେ ଦରଦାମ ଉପରେ ଏହାର ପ୍ରଭାବ ପଡିବ। ରାଜ୍ୟ ସରକାର ଏ ନେଇ ଗୃହରେ ଆଲୋଚନ କରନ୍ତୁ ବୋଲି ମୁଁ ମଧ୍ୟ କହିଛି। ଦେଖା ଦେଇଥିବା ସମସ୍ୟାର କିପରି ସମାଧାନ କରାଯିବ ସେ ନେଇ ସରକାର ଚେଷ୍ଟା କରୁଛନ୍ତି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଡାଲିଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ରାଜ୍ୟ ବାହାରୁ ଆମଦାନି କରାଯାଉଛି। ସରକାର ୫ ପ୍ରତିଶତ ଭାଟ୍‌ ବୃଦ୍ଧି କରିବାର ପ୍ରଭାବ ଗରିବ ଖାଉଟିଙ୍କ ଉପରେ ପଡିବ। ସରକାର ରାଜ୍ୟରୁ ଭାଟ୍‌ ସମ୍ପୂର୍ଣ୍ଣ ଉଚ୍ଛେଦ କରନ୍ତୁ। ସରକାର ବ୍ୟବସାୟୀ ସଂଘ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରୁ, ଯେପରି ଖାଉଟି ସମସ୍ୟାର ସମ୍ମୁଖୀନ ନ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story