ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲା ଚାପିବାକୁ ନିଜ ପଦବୀ ବ୍ୟବହାର କରୁଛନ୍ତି ମେୟର!

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଓ ଯୌନ କେଳେଙ୍କାରୀ ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମେୟର ଅନନ୍ତ ନାରାୟଣ ଜେନା ନିଜ ପଦବୀ ବ୍ୟବହାର କରି ଏହାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆସିଛି। ଗତରାତିରେ ବିଏମ୍‌ସି ଏପିଆରଓଙ୍କ ଜରିଆରେ ଗଣମାଧ୍ୟମକୁ ମୃତ ରିଷିଙ୍କ ମାଆ ଲେଖିଥିବା ଚିଠି ପଠାଯିବାକୁ ନେଇ ଏହି ଅଭିଯୋଗ ଆସିଛି। କେବଳ ସେତିକି ନୁହେଁ ବିବାଦୀୟ ଭିଡିଓ ପ୍ରସାରଣ ବନ୍ଦ ନେଇ ଭୁବନେଶ୍ୱର କୋର୍ଟ ଦେଇଥିବା […]

bmc

bmc

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 08:06 PM IST

Sports

Latest News

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ଓ ଯୌନ କେଳେଙ୍କାରୀ ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମେୟର ଅନନ୍ତ ନାରାୟଣ ଜେନା ନିଜ ପଦବୀ ବ୍ୟବହାର କରି ଏହାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆସିଛି। ଗତରାତିରେ ବିଏମ୍‌ସି ଏପିଆରଓଙ୍କ ଜରିଆରେ ଗଣମାଧ୍ୟମକୁ ମୃତ ରିଷିଙ୍କ ମାଆ ଲେଖିଥିବା ଚିଠି ପଠାଯିବାକୁ ନେଇ ଏହି ଅଭିଯୋଗ ଆସିଛି। କେବଳ ସେତିକି ନୁହେଁ ବିବାଦୀୟ ଭିଡିଓ ପ୍ରସାରଣ ବନ୍ଦ ନେଇ ଭୁବନେଶ୍ୱର କୋର୍ଟ ଦେଇଥିବା ରାୟର ନକଲ ମେୟରଙ୍କ ପ୍ୟାଡରେ ଗଣମାଧ୍ୟମକୁ ପଠାଯିବା ନେଇ ବି ପ୍ରଶ୍ନ ଉଠିଛି।

ବିଏମ୍‌ସି ଅତିରିକ୍ତ ଲୋକସମ୍ପର୍କ ଅଧିକାରୀଙ୍କ ହ୍ୱାଟ୍ସଆପ୍‌ ଗ୍ରୁପ ଜରିଆରେ ଗଣମାଧ୍ୟମକୁ ଏକ ଚିଠି ପଠାଯାଇଛି। ଏହି ଚିଠି ମୃତ ରିଷିଙ୍କ ମାଆ ଲେଖିଥିବା ଏପିଆରଓ ଦର୍ଶାଇଛନ୍ତି। ରିଷି ମୃତ୍ୟୁ ମାମଲାରେ ମେୟରଙ୍କୁ ଅଯଥାରେ ଜଡିତ ନ କରିବାକୁ ଅନୁରୋଧ କରି ରିଷିଙ୍କ ମାଆ ଏହି ଚିଠି ଲେଖୁଥିବାର ଫଟୋ ମଧ୍ୟ ଏପିଆରଓ ଛାଡିଛନ୍ତି। ଯଦି ରିଷିଙ୍କ ମାଆ ଏ ଚିଠି ଲେଖିଛନ୍ତି ସେ ନିଜେ ଏହାକୁ ଗଣମାଧ୍ୟମକୁ ନ ଦେଇ ବିଏମ୍‌ସି ଏପିଆରଓ କାହିଁକି ପଠାଇଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୁଅ ମୃତ୍ୟୁ ପଛରେ ମେୟରଙ୍କ ହାତ ନାହିଁ ବୋଲି ରିଷିଙ୍କ ମାଆ କେମିତି ଏତେ ଦୃଢତାର ସହ କହୁଛନ୍ତି ? ଚାପରେ ପଡି ରିଷିଙ୍କ ମାଆ ଏପରି ଚିଠି ଲେଖିଛନ୍ତି କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ସେହିପରି ମେୟର ଜେନାଙ୍କ ପ୍ୟାଡରେ ଭୁବନେଶ୍ୱର ଆଡିସନାଲ ସିନିୟର ଜଜ୍‌ଙ୍କ ରାୟ ଗଣମାଧ୍ୟମକୁ ପଠାଯାଇଛି। ବିବାଦୀୟ ସିଡି ପ୍ରସାରଣ ନ କରିବାକୁ କୋର୍ଟ ଦେଇଥିବା ରାୟର ନକଲ ଏଥିରେ ରହିଛି। କୋର୍ଟଙ୍କ ରାୟକୁ ମେୟର ନିଜ ପ୍ୟାଡରେ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି।

ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା କହିଛନ୍ତି,“ପକ୍ଷମାନେ ଶାଳୀନତା ରକ୍ଷା କରିବା ଉଚିତ। ସେମାନଙ୍କ ପାଇଁ ଯେଉଁ ଲକ୍ଷ୍ମଣରେଖା ଅଛି ତାହାକୁ ଟପିବା ଉଚିତ ନୁହେଁ। ମେୟର କ’ଣ କରିଛନ୍ତି କୋର୍ଟକୁ ଜଣାଇଲେ କୋର୍ଟ ଏହାର ବିଚାର କରି ଅନିଷ୍ପତ୍ତି ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos