ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ରଖାଯିବା ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ରଖାଯିବା ଘଟଣା ନେଇ ଶୁକ୍ରବାର ବିଧାନସଭାରେ ବିରୋଧୀ କରିଛନ୍ତି ହଟ୍ଟଗୋଳ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କାହିଁକି ଛାତ୍ରୀମାନଙ୍କୁ ତାଲା ପକାଇ ଅଟକା ଗଲା ବୋଲି ବିରୋଧୀ କଂଗ୍ରେସ ପ୍ରଶ୍ନ କରିବା ସହିତ ସରକାର ଏହାର ଜବାବ ରଖିବାକୁ ଦାବି କରିଥିଲା।  ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠି ମାଇକ୍ ଭାଙ୍ଗିବାକୁ ଉଦ୍ୟମ […]

assembly-house

assembly-house

Rakesh Mallick
  • Published: Friday, 04 December 2015
  • Updated: 05 December 2015, 02:52 AM IST

Sports

Latest News

assembly-houseଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଅଟକ ରଖାଯିବା ଘଟଣା ନେଇ ଶୁକ୍ରବାର ବିଧାନସଭାରେ ବିରୋଧୀ କରିଛନ୍ତି ହଟ୍ଟଗୋଳ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କାହିଁକି ଛାତ୍ରୀମାନଙ୍କୁ ତାଲା ପକାଇ ଅଟକା ଗଲା ବୋଲି ବିରୋଧୀ କଂଗ୍ରେସ ପ୍ରଶ୍ନ କରିବା ସହିତ ସରକାର ଏହାର ଜବାବ ରଖିବାକୁ ଦାବି କରିଥିଲା।  ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠି ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ହୋହାଲ୍ଲା ଆରମ୍ଭ କରି ଦେଇଥିଲେ। ଶେଷରେ ବାଚସ୍ପତି ଗୃହକୁ ବାଧ୍ୟ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହ ମାତ୍ର ୩ମିନିଟ ଚାଲିଥିଲା। ଦିନ ୧୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଥିଲେ ବିରୋଧୀ। ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେମାନଙ୍କ ଦାବିକୁ ଦୋହରାଇ ଥିଲେ। କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ବାଧ୍ୟହୋଇ ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ୩ଟା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସି ନ ଥିଲେ। ବିରୋଧୀ ସେମାନଙ୍କ ଜିଦରେ ଅଟଳ ରହି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି ଗତକାଲି ରମାଦେବୀ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଛାତ୍ରୀମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଇଛି। ସେମାନଙ୍କୁ ଉତ୍ସବ ସ୍ଥଳକୁ ଯିବାକୁ ଦିଆଯାଇ ନ ଥିଲା। କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ତାଲା ପକାଇ ରଖାଯାଇଥିଲା। ଏନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଛି। ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ଏଣୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ତାଙ୍କ ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କୁ ତାଲା ପକାଇ ରଖାଯିବା ଘଟଣା ନାରୀ ସମାଜର ସମ୍ମାନକୁ କ୍ଷୁର୍ଣ୍ଣ କରିଛି।

ବିଜେପି ମଧ୍ୟ ଏଇ ପ୍ରସଙ୍ଗକୁ ସମର୍ଥନ କରିଛି। ବିଜେପି ବିଧାୟକ ରବି ନାଏକ କହିଛନ୍ତି ଯେ ଛାତ୍ରୀମାନଙ୍କୁ ଅଟକ ରଖାଯିବା ଘଟଣା ନିନ୍ଦନୀୟ। ଏହି ପ୍ରସଙ୍ଗରେ କଂଗ୍ରେସ ସହିତ ତାଙ୍କ ଦଳ ଏକମତ ଅଛି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ରମାଦେବୀରେ କୌଣସି ଛାତ୍ରୀଙ୍କୁ ତାଲା ପକାଇ ଅଟକ ରଖାଯାଇ ନ ଥିଲା। ଉତ୍ସବ ସ୍ଥଳକୁ ଛାତ୍ରୀମାନଙ୍କୁ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଥିଲା। ତା’ସହିତ ଆଇକାର୍ଡ ମଧ୍ୟ ଆଣିବାକୁ କୁହାଯାଇଥିଲା। ଯେଉଁ ୟୁନିଫର୍ମ ପିନ୍ଧି ଆସି ନ ଥିଲେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଅଟକାଇ ଦିଆଯାଇଥିଲା। ସେମାନଙ୍କୁ ଭିତରକୁ ଛଡ଼ା ଯାଇ ନ ଥିଲା। କିନ୍ତୁ କାହାରିକୁ ତାଲା ପକାଇ ରଖାଯାଇ ନ ଥିଲା। ଏ ଅଭିଯୋଗ ସଂପୂର୍ଣ୍ଣ ମିଛ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos