ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଓଢ଼ଣି ହଟାଯିବା ପ୍ରତିବାଦରେ କାଲି ବିଜେପିର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ସଭାରେ ପୋଲିସ୍ ମହିଳାଙ୍କ ଓଢ଼ଣି ହଟାଇବା ପ୍ରତିବାଦରେ ଆଜି ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିବା ବେଳେ ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଆସନ୍ତାକାଲି ରାଜ୍ୟର ସବୁ ବ୍ଲକ୍ ଓ ପୌରାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।” ବସନ୍ତ ପଣ୍ଡା କହିଛନ୍ତି,“ମାଆକୁ ଅସମ୍ମାନ ସମଗ୍ର […]

basanta-panda

basanta-panda

Rakesh Mallick
  • Published: Monday, 05 December 2016
  • Updated: 05 December 2016, 01:29 PM IST

Sports

Latest News

basanta-pandaଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ସଭାରେ ପୋଲିସ୍ ମହିଳାଙ୍କ ଓଢ଼ଣି ହଟାଇବା ପ୍ରତିବାଦରେ ଆଜି ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିବା ବେଳେ ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଆସନ୍ତାକାଲି ରାଜ୍ୟର ସବୁ ବ୍ଲକ୍ ଓ ପୌରାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।”

ବସନ୍ତ ପଣ୍ଡା କହିଛନ୍ତି,“ମାଆକୁ ଅସମ୍ମାନ ସମଗ୍ର ଓଡ଼ିଆ ଜାତି ପ୍ରତି ଅସମ୍ମାନ। ଦୁଃଶାସନମୁଖୀ ପୋଲିସ୍ ମହିଳାଙ୍କୁ ଉଲଗ୍ନ କରିବାକୁ ଚେଷ୍ଟା କରିଛି। ପୂର୍ବରୁ ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମଧ୍ୟ ଏଭଳି କରାଯାଇଥିଲା। ମହିଳାଙ୍କୁ କଳା ସାୟାର ଖୋଲି ଦେବାକୁ କୁହାଯାଇଥିଲା। ଏହା ବିକୃତ ମାନସିକତା। ମହିଳାଙ୍କ ସ୍ୱାଭିମାନକୁ ଅପମାନିତ କରାଯାଇଛି। ମାନବାଧିକାରର ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏସବୁ କରାଯାଇଛି।”

ସେ କହିଛନ୍ତି,“ଏ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ମା’ ଓ ଭଉଣୀଙ୍କୁ କ୍ଷମା ମାଗିବା ଉଚିତ୍। ଯେଉଁମାନଙ୍କ ମାଧ୍ୟମରେ ଏ କାର୍ଯ୍ୟ କରାଯାଇଛି ସେମାନଙ୍କୁ ରାଜ୍ୟ ସରକାର ଦଣ୍ଡିତ କରିବା ଉଚିତ୍।”

ସେ ଆହୁରି କହିଛନ୍ତି,“ହୋଇପାରେ ଆଗାମୀ ଦିନରେ ସମସ୍ତଙ୍କୁ ଲଣ୍ଡା ହୋଇ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯିବାକୁ କୁହାଯାଇପାରେ। କାରଣ ମୁଣ୍ଡର କେଶର ରଙ୍ଗ କଳା। ସେହିପରି ମୁଖ୍ୟମନ୍ତ୍ରୀ ରାତିକୁ ଦିନ ବି କରିବାକୁ ଚେଷ୍ଟା କରିପାରନ୍ତି!”

ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଦାବି କରି ଆଜି ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ବିଧାନସଭାକୁ ଅଚଳ କରି ଦେଇଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳଗୁଡ଼ିକ ଏ ନେଇ ହୋହାଲ୍ଲା କରିବାକୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରି ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ସଭାରେ କୌଣସି ମହିଳା ଓ ଯୁବତୀଙ୍କୁ କଳା ଓଢ଼ଣା ପିନ୍ଧି ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ଓଢ଼ଣା ଖୋଲି ସଭାସ୍ଥଳକୁ ଯିବାକୁ ପୋଲିସ୍ ସେମାନଙ୍କୁ କହିଥିଲା। ତେଣୁ ସେମାନେ ବାଧ୍ୟ ହୋଇ ଗୋଟିଏ ସ୍ଥାନରେ ଓଢ଼ଣାକୁ ଝୁଲାଇ ସଭାକୁ ଯାଇଥିଲେ। ଆଉ କିଛି ଯୁବତୀ ଓ ମହିଳା ପୋଲିସ୍ କଥାକୁ ମାନ ନ ଥିଲେ ଓ ସଭାସ୍ଥଳରୁ ଫେରି ଯାଇଥିଲେ। ଏପରିକି କଳା ଶାଢ଼ି ପିନ୍ଧି ଆସିଥିବା ମହିଳାଙ୍କୁ ପୋଲିସ୍ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସଭାସ୍ଥଳରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos