ଭିଜିଲାନ୍ସ କୋର୍ଟ ଦାବିରେ ଢେଙ୍କାନାଳ ବନ୍ଦ, ଜନଜୀବନ ପ୍ରଭାବିତ

ଢେଙ୍କାନାଳ: ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଓ ଜଜ୍ ନିଯୁକ୍ତି ଦାବିରେ ଆଜି ଢେଙ୍କାନାଳରେ ବନ୍ଦ ପାଳନ ହେଉଛି। ଏହି ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ସଂଘ ପକ୍ଷରୁ ଢେଙ୍କାନାଳ ଷ୍ଟେସନରେ ରେଳରୋକ କରାଯିବା ସହ ବାଇପାସ୍ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନବଜାର ବନ୍ଦ ରହିଛି। ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଦାବିରେ ଏକ ମାସ ଧରି ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣାରେ ବସିଛନ୍ତି। […]

dhankanal

dhankanal

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 06:52 AM IST

Sports

Latest News

ଢେଙ୍କାନାଳ: ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଓ ଜଜ୍ ନିଯୁକ୍ତି ଦାବିରେ ଆଜି ଢେଙ୍କାନାଳରେ ବନ୍ଦ ପାଳନ ହେଉଛି। ଏହି ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ସଂଘ ପକ୍ଷରୁ ଢେଙ୍କାନାଳ ଷ୍ଟେସନରେ ରେଳରୋକ କରାଯିବା ସହ ବାଇପାସ୍ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନବଜାର ବନ୍ଦ ରହିଛି। ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଦାବିରେ ଏକ ମାସ ଧରି ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣାରେ ବସିଛନ୍ତି। ଆଜିର ବନ୍ଦ ଡାକରାକୁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ମିଳିତ ବଜାର ପୂଜା କମିଟି ଓ ସଂଗଠନ ଗୁଡ଼ିକ ପକ୍ଷରୁ ସମର୍ଥନ କରାଯାଇଛି। ଓକିଲ ସଂଘ ଆଜିର ରାଷ୍ଟ୍ରୀୟ ଲୋକ ଅଦାଲତକୁ ମଧ୍ୟ ବର୍ଜନ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos