କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭାଇ ନାଁରେ ମାମଲା

କଟକ: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ତାଳଚେରର ହାଣ୍ଡିଧୂଆ ସ୍ଥିତ ସୌମେନ୍ଦ୍ରଙ୍କ ଗ୍ୟାସ୍ ଏଜେନ୍ସୀରେ ଅନିୟମିତତା ହୋଇଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି ଶର୍ମା କହିଛନ୍ତି। ସୌମେନ୍ଦ୍ରଙ୍କ ସହିତ ତାଙ୍କ ଗ୍ୟାସ୍ ଏଜେନ୍ସୀ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌ (ଏଚ୍‌ପି)’ର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ ରଶ୍ମୀକାନ୍ତ […]

soumendra

soumendra

Rakesh Mallick
  • Published: Monday, 16 January 2017
  • Updated: 17 January 2017, 08:30 AM IST

Sports

Latest News

କଟକ: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ତାଳଚେରର ହାଣ୍ଡିଧୂଆ ସ୍ଥିତ ସୌମେନ୍ଦ୍ରଙ୍କ ଗ୍ୟାସ୍ ଏଜେନ୍ସୀରେ ଅନିୟମିତତା ହୋଇଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି ଶର୍ମା କହିଛନ୍ତି।

ସୌମେନ୍ଦ୍ରଙ୍କ ସହିତ ତାଙ୍କ ଗ୍ୟାସ୍ ଏଜେନ୍ସୀ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌ (ଏଚ୍‌ପି)’ର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ ରଶ୍ମୀକାନ୍ତ ମହାପାତ୍ର (ମ୍ୟାନେଜର) ଓ ନିଲୁ ସାହୁ (ଗୋଦାମ ଇନ୍‌ ଚାର୍ଜ)। ଏହା ବ୍ୟତୀତ ସାଉଥ୍‌ ବଲଣ୍ଡାର ଦେବରାଜ ପଣ୍ଡା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ସେ ବେଆଇନ୍ ଭାବେ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌’ରୁ ଗ୍ୟାସ୍ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ସୌମେନ୍ଦ୍ରଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୭ ଓ ୮ ରେ ମାମଲା ରୁଜୁ କରାଯାଇଛି। ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ ଆକ୍ଟ ୯ (ବି) ଓ ୧୨ରେ ବି ମାମଲା ରୁଜୁ କରାଯାଇଛି। ଏହା ସହିତ ଆଇପିସିର ଧାରା ୨୮୫, ୪୨୦ ଓ ୧୨୦ (ବି)ରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏ ମାମଲାର ତଦନ୍ତ କରିବା ପାଇଁ କଟକ ଭିଜିଲାନ୍ସ ଡିଭିଜନର ଜଣେ ଡିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଆର୍‌.ପି ଶର୍ମା କହିଛନ୍ତି।

ଭିଜିଲାନ୍ସ ଡିଜି କହିଛନ୍ତି,“ଗତ ୧୪ ତାରିଖରେ ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଏହି ଗୋଦାମରେ ୪୦ଟି ସିଲିଣ୍ଡର କମ୍ ଥିଲା। ଏହି ସବୁ ସିଲିଣ୍ଡରକୁ ବେଆଇନ୍ ଭାବେ ଦେବରାଜ ପଣ୍ଡାଙ୍କୁ ଦିଆଯାଇଥିଲା। ଅନ୍ୟମାନଙ୍କ ନାଁରେ ଇସ୍ୟୁ କରାଯାଇ ଦେବରାଜଙ୍କୁ ଏସବୁ ସିଲିଣ୍ଡର ବିକ୍ରି କରାଯାଇଥିଲା। ଦେବରାଜଙ୍କ ଗୋଦାମରୁ ମୋଟ ୮୩ଟି ସିଲିଣ୍ଡର ମିଳିଥିଲା। ସେଥିରୁ ୪୦ଟି ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌ର ଥିଲା।”

ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ଗ୍ୟାସ୍‌ ଏଜେନ୍ସୀରେ ଚଢ଼ାଉ ନେଇ ରାଜନୀତି ଜୋର ଧରି ଥିଲା। କାରଣ ସେଦିନ ରାଜ୍ୟର କିଛି ପେଟ୍ରୋଲ୍ ଟାଙ୍କିରେ ଚଢ଼ାଉ କରାଯାଇଥିବା ବେଳେ କେବଳ ସୌମେନ୍ଦ୍ରଙ୍କ ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ଏହା ପରେ ଆଜି ଖୋର୍ଦ୍ଧା, ପୁରୀ, ଅନୁଗୋଳ, କଟକ, ଯାଜପୁର ଓ ଗଞ୍ଜାମର ୧୦ଟି ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ଖୋର୍ଦ୍ଧାରେ ସର୍ବାଧିକ ୩ଟି ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ ହୋଇଥିଲା।    ତା’ପୂର୍ବରୁ ଗତ ଡିସେମ୍ବର ୩୧ ତାରିଖରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରର ତିନିଟି ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ଯୋଗାଣ ବିଭାଗ, ମାପ ଓ ଓଜନ ବିଭାଗ ସହାୟତାରେ ଏସବୁ ଚଢ଼ାଉ କରାଯାଇଥିଲା।

ଭିଜିଲାନ୍ସ ଡିଜି କହିଛନ୍ତି ଯେ କଳାବଜାରୀ, ଅପମିଶ୍ରମ ଓ ଅନ୍ୟ ଅନିୟମିତତା ଅଭିଯୋଗ ଆଧାରରେ ଗ୍ୟାସ୍ ଏଜେନ୍ସୀଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି। ଯେଉଁ ଏଜେନ୍ସୀଗୁଡ଼ିକ ନାଁରେ ଅନିୟମିତତା ଅଭିଯୋଗ ଆସିବ ସେଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଧର୍ମେନ୍ଦ୍ରଙ୍କ ଭାଇଙ୍କ ଗ୍ୟାସ୍ ଏଜେନ୍ସୀରେ ପୁଣି ଚଢ଼ାଉ

ଅନିୟମିତତା ଅଭିଯୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କ ଗ୍ୟାସ୍ ଏଜେନ୍ସୀ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିବା ବେଳେ ଆଜି ସନ୍ଧ୍ୟାରେ ପୁଣି ସେଠାରେ ଚଢ଼ାଉ କରିଥିଲା। କଟକ  ଭିଜିଲାନ୍ସ ଡିଭିଜନ୍‌ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲା।

ହାଇକୋର୍ଟ ଗଲେ ସୌମେନ୍ଦ୍ର

ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ମାମଲା ରୁଜୁ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ର ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos