ଗାଁ ଲୋକଙ୍କ ମାଡ଼ରେ ଦୁଇ ଡକାୟତ ମୃତ, ଜଣେ ଗୁରୁତର

ନୟାଗଡ଼: ଲୁଟ୍‌ କରି ଫେରାର ହେଉଥିବା ବେଳେ ଗାଁ ଲୋକଙ୍କ ଆକ୍ରୋଶରେ ଶିକାର ହୋଇ ଆଜି ଦୁଇ ଜଣ ଡକାୟତଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଡକାୟତ ଗୁରୁତର ଆହତ ହୋଇଛି। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ଥାନା କାସନ୍ଦା ଗାଁରେ ଘଟିଛି। ରଣପୁର ପୋଲିସ୍‌ ଘଟଣାସ୍ଥଳରୁ ୩ ଲକ୍ଷ ଟଙ୍କା, ଗୋଟିଏ ଅଫୁଟା ବୋମା, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଆଜି ଅପରାହ୍ନରେ ୩ ଜଣ ଡକାୟତ କାସନ୍ଦା କାନାରା […]

nayagardg loot

nayagardg loot

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 11:04 PM IST

Sports

Latest News

ନୟାଗଡ଼: ଲୁଟ୍‌ କରି ଫେରାର ହେଉଥିବା ବେଳେ ଗାଁ ଲୋକଙ୍କ ଆକ୍ରୋଶରେ ଶିକାର ହୋଇ ଆଜି ଦୁଇ ଜଣ ଡକାୟତଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଡକାୟତ ଗୁରୁତର ଆହତ ହୋଇଛି। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ଥାନା କାସନ୍ଦା ଗାଁରେ ଘଟିଛି। ରଣପୁର ପୋଲିସ୍‌ ଘଟଣାସ୍ଥଳରୁ ୩ ଲକ୍ଷ ଟଙ୍କା, ଗୋଟିଏ ଅଫୁଟା ବୋମା, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।

ଆଜି ଅପରାହ୍ନରେ ୩ ଜଣ ଡକାୟତ କାସନ୍ଦା କାନାରା ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ଧମକଚକ ଦେଇ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଉଥିଲେ। ଏ ସମ୍ପର୍କରେ ଗାଁ ଲୋକେ ଜାଣିପାରି ଡକାୟତମାନଙ୍କୁ ପ୍ରତିରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା। ଗାଁ ଲୋକେ ଦୁଇ ଜଣ ଡକାୟତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଗୁରୁତର ଆହତ ଡକାୟତକୁ ସୁନାଖଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତା’ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ମାତ୍ର ମୃତକମାନଙ୍କ ପରିଚୟ ମିଳିପାରିନି।

ନୟାଗଡ଼ ଏସ୍‌ପି କନୱର ବିଶାଲ ସିଂହ କହିଛନ୍ତି,“ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡକାୟତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଏଭଳି ଘଟଣା କିପରି ଘଟିଲା ତାହାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos