ଏପ୍ରିଲ ୩୦ ପର୍ଯ୍ୟନ୍ତ ଭିମ୍‌ସାର୍ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ସ୍ଥଗିତ

ସମ୍ବଲପୁର: ୯ ଦଫା ଦାବି ନେଇ ଆଜିଠାରୁ ପୁଣି  କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଥିବା ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (ଭିମ୍‌ସାର୍‌)ର  ଜୁନିୟର ଡାକ୍ତର ସଂଘ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଛି। ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ମେ’ ୧ ତାରିଖରୁ ପୁଣି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି […]

smb

smb

Rakesh Mallick
  • Published: Friday, 01 April 2016
  • Updated: 01 April 2016, 11:31 AM IST

Sports

Latest News

smbସମ୍ବଲପୁର: ୯ ଦଫା ଦାବି ନେଇ ଆଜିଠାରୁ ପୁଣି  କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଥିବା ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (ଭିମ୍‌ସାର୍‌)ର  ଜୁନିୟର ଡାକ୍ତର ସଂଘ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଛି। ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ମେ’ ୧ ତାରିଖରୁ ପୁଣି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ପୂର୍ବ ଘୋଷଣା ଅନୁଯାୟୀ ଆଜି ଭିମ୍‌ସାର୍‌ ଜୁନିୟର ଡାକ୍ତର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଭିମ୍‌ସାର ନିର୍ଦ୍ଦେଶକ ସୁନାମାଳି ବାଗ ଜୁନିୟର ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଏପ୍ରିଲ ତୃତୀୟ ସପ୍ତାହ ସୁଦ୍ଧା ଏମ୍‌ଆର୍‌ଆଇ ମେସିନ୍ ଲଗାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।  ଏହା ସହିତ  ୨୪ ଘଣ୍ଟିଆ ଜଳ ଯୋଗାଣ ଓ ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସେବା ଲାଗି କାମ ଚାଲିଛି ବୋଲି ସେ କହିଥିଲେ। ସେହିପରି ଆସିଷ୍ଟାଣ୍ଟ୍ ପ୍ରଫେସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବାରୁ ଆନ୍ଦୋଳନରୁ ଓହରି ଯିବାକୁ ନିର୍ଦ୍ଦେଶକ ବାଗ ଜୁନିୟର ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି।

ଭିମ୍‌ସାର୍‌ ଜୁନିୟର ଡାକ୍ତର ସଂଘ ସଭାପତି ଶଙ୍କର ରାମଚନ୍ଦାନୀ କହିଛନ୍ତି,“ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ଯାଇଥିଲୁ। ୩୧ ମାର୍ଚ୍ଚ ସୁଦ୍ଧା ସମସ୍ତ ଦାବି ପୂରଣ କରା ନ ଗଲେ ଏପ୍ରିଲ ୧ରୁ ଆନ୍ଦୋଳନକୁ ଯିବୁ ବୋଲି ଆଗରୁ କହିଥିଲୁ। ସରକାରଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ କିଛି ଦାବି ପୂରଣ ହୋଇଥିବା ବେଳେ କିଛି ପୂରଣ ହୋଇନାହିଁ। ପ୍ରତିଶ୍ରୁତି ପରେ ୩୦ ଏପ୍ରିଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛୁ। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ମେ’୧ରୁ ପୁଣି ଆନ୍ଦୋଳନ କରିବୁ।”

ଭିମସାର ନିର୍ଦ୍ଦେଶକ ବାଗ କହିଛନ୍ତି, “ଆନ୍ଦୋଳନକୁ ଓହ୍ଲାଇ ଥିବା ଡାକ୍ତରମାନେ ଆମ ଛାତ୍ର। ଆଲୋଚନା ବେଳେ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହେବା ସେମାନେ ହୃଦୟଙ୍ଗମ କଲେ, ଏହା ସବୁଠାରୁ ବଡ଼ କଥା। ବାକି ଥିବା ଦାବି ଶୀଘ୍ର ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story