ରାଇସେନା କାହାର? ଭୋଟ୍‌ ସରିଲା, ୨୦କୁ ଅପେକ୍ଷା

ନୂଆଦିଲ୍ଲୀ: କିଏ ଦଖଲ କରିବେ ରାଇସେନା ଦୁର୍ଗ? ଏଥିପାଇଁ ଆଜି ହୋଇଥିଲା ମତଦାନ। ବାଲଟ୍ ବକ୍ସରେ ସିଲ୍ ହୋଇଛି ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ମୀରା କୁମାରଙ୍କ ଭାଗ୍ୟ। ଆସନ୍ତା ୨୦ ତାରିଖରେ ଭୋଟ୍ ଗଣତି ହେବ। ସଂଖ୍ୟା ଦୃଷ୍ଟିରୁ କୋବିନ୍ଦ ବେଶ୍ ଆଗରେ ଅଛନ୍ତି ବୋଲି ଅନୁମାନ କରାଯାଉଛି। ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ପାର୍ଲାମେଣ୍ଟର ୬୨ ନମ୍ବର ରୁମ୍‌ରେ ଅନୁଷ୍ଠିତ […]

ramnath-kovind-and-meira-kumar

ramnath-kovind-and-meira-kumar

Rakesh Mallick
  • Published: Monday, 17 July 2017
  • Updated: 17 July 2017, 08:17 PM IST

Sports

Latest News

ନୂଆଦିଲ୍ଲୀ: କିଏ ଦଖଲ କରିବେ ରାଇସେନା ଦୁର୍ଗ? ଏଥିପାଇଁ ଆଜି ହୋଇଥିଲା ମତଦାନ। ବାଲଟ୍ ବକ୍ସରେ ସିଲ୍ ହୋଇଛି ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ମୀରା କୁମାରଙ୍କ ଭାଗ୍ୟ। ଆସନ୍ତା ୨୦ ତାରିଖରେ ଭୋଟ୍ ଗଣତି ହେବ। ସଂଖ୍ୟା ଦୃଷ୍ଟିରୁ କୋବିନ୍ଦ ବେଶ୍ ଆଗରେ ଅଛନ୍ତି ବୋଲି ଅନୁମାନ କରାଯାଉଛି।

ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ପାର୍ଲାମେଣ୍ଟର ୬୨ ନମ୍ବର ରୁମ୍‌ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ୍ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ। ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିଥିଲା।

ସବୁ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିଲା ଭୋଟ୍‌ ଗ୍ରହଣ। ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହୋଇଥିଲା ମତଦାନ। ପ୍ରଥମେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଭୋଟ୍ ଦେଇଥିଲେ। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଥିଲେ।

ଭୋଟ୍‌ ଦେଇପାରିଲେନି ସୁବଳ: ଅସୁସ୍ଥ କାରଣରୁ କଂଗ୍ରେସ ବିଧାୟକ ସୁବଳ ସାହୁ ଭୋଟ୍ ଦେଇପାରିନଥିଲେ। ସମତା କ୍ରାନ୍ତି ଦଳର ବିଧାୟକ ଜଜ ତିର୍କୀ ଓ ସିପିଏମ୍ ବିଧାୟକ ଲକ୍ଷ୍… ଣ ମୁଣ୍ଡାଙ୍କ ସମେତ ୧୪୬ ବିଧାୟକ ଭୋଟ୍ ଦେଇଥିଲେ। ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ ମଧ୍ୟ ବିଧାନସଭାରେ ଭୋଟ୍ ଦେଇଥିଲେ।

ପୂର୍ବରୁ ରାମନାଥ କୋବିନ୍ଦଙ୍କୁ ବିଜେଡି, ଟିଆରଏସ୍‌, ଏଆଇଡିଏମ୍‌କେ, ଜେଡିୟୁ ଭଳି ଆଞ୍ଚଳିକ ଦଳ ସମର୍ଥନ ଘୋଷଣା କରିଥିଲେ। ତେଣୁ ସଂଖ୍ୟା ଦୃଷ୍ଟିରୁ କୋବିନ୍ଦ ରାଇସିନା ରେସରେ ବେଶ୍ ଆଗରେ ରହିଛନ୍ତି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ଥାନ କିଏ ନେବେ ତାହା ଆସନ୍ତା ୨୦ ତାରିଖରେ ଭୋଟ୍ ଗଣତି ପରେ ସ୍ପଷ୍ଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos