କାନ୍ଥ ପଡ଼ି ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ପୁରୀ: କାନ୍ଥ ପଡ଼ି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବାସୁକେରା ଗାଁର ସରସ୍ୱତୀ ଶିଶୁ ମନ୍ଦିରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଡିଇଓ ସଲୀଳା ସେଠୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସ୍କୁଲ୍‌ ନିକଟସ୍ଥ ଉକ୍ତ ଘର ପାଖରେ କିଏ ସାଇକେଲ୍ ରଖିବାକୁ ପିଲାଙ୍କୁ କହିଥିଲା ଓ କେଉଁ ପରିସ୍ଥିତିରେ କାନ୍ଥ ଭୁଶୁଡ଼ିଲା ସେ ସମ୍ପର୍କରେ ପଚାରି ଉଭୟ ବୁଝିଥିଲେ। […]

sarswati-mandir

sarswati-mandir

Rakesh Mallick
  • Published: Friday, 09 September 2016
  • Updated: 09 September 2016, 08:30 PM IST

Sports

Latest News

ପୁରୀ: କାନ୍ଥ ପଡ଼ି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବାସୁକେରା ଗାଁର ସରସ୍ୱତୀ ଶିଶୁ ମନ୍ଦିରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ଡିଇଓ ସଲୀଳା ସେଠୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସ୍କୁଲ୍‌ ନିକଟସ୍ଥ ଉକ୍ତ ଘର ପାଖରେ କିଏ ସାଇକେଲ୍ ରଖିବାକୁ ପିଲାଙ୍କୁ କହିଥିଲା ଓ କେଉଁ ପରିସ୍ଥିତିରେ କାନ୍ଥ ଭୁଶୁଡ଼ିଲା ସେ ସମ୍ପର୍କରେ ପଚାରି ଉଭୟ ବୁଝିଥିଲେ।

ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଜିଲ୍ଲାପାଳ ଓ ଡିଇଓ ମୃତ ଛାତ୍ରୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ଘଟଣା ପରେ ଆଜି ସ୍କୁଲ୍ ବନ୍ଦ ରହିଛି। କେବଳ କିଛି  ଶିକ୍ଷୟିତ୍ରୀ ଓ କେତେକ ଅଭିଭାବକ ସ୍କୁଲ୍‌କୁ ଆସିଥିଲେ।

ମନ୍ତ୍ରୀ ଦାସବର୍ମା କହିଛନ୍ତି, “ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ ଗୁଡ଼ିକ ଚିହ୍ନଟ କରାଯିବ। ତା’ପରେ ସେଗୁଡ଼ିକର ମରାମତି ପାଇଁ ପଦକ୍ଷେପ ନିଆଯିବ”।

ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, “ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ରେଡ୍‌କ୍ରସ୍‌ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ସହାୟତା ପ୍ରଦାନ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos