‘ୱାର୍ଦ୍ଦା’ ଆନ୍ଧ୍ର ମୁହାଁ, ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବନି

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ ‘ୱାର୍ଦ୍ଦା’ର ରୂପ ନେଇଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଡିପ୍ ଡିପ୍ରେସନ୍। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ‘ୱାର୍ଦ୍ଦା’ ଆନ୍ଧ୍ରପ୍ରଦେଶର ମତ୍ସଲିପତ୍ତନମଠାରୁ ୧,୧୫୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର ଦିଗରେ ଗତି କରିବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଫଳରେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ସାଇକ୍ଲୋନିଂ ୱାର୍ଣ୍ଣିଂ ସେଣ୍ଟର ମୂଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ଏହାର ପ୍ରଭାବରେ ଆସନ୍ତା […]

imd

imd

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 09:35 PM IST

Sports

Latest News

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ ‘ୱାର୍ଦ୍ଦା’ର ରୂପ ନେଇଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଡିପ୍ ଡିପ୍ରେସନ୍। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

‘ୱାର୍ଦ୍ଦା’ ଆନ୍ଧ୍ରପ୍ରଦେଶର ମତ୍ସଲିପତ୍ତନମଠାରୁ ୧,୧୫୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର ଦିଗରେ ଗତି କରିବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଫଳରେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ସାଇକ୍ଲୋନିଂ ୱାର୍ଣ୍ଣିଂ ସେଣ୍ଟର ମୂଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ତେବେ ଏହାର ପ୍ରଭାବରେ ଆସନ୍ତା ୧୧ ଓ ୧୨ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ବାତ୍ୟାର ପ୍ରଭାବ ନ ଥିଲେ ମଧ୍ୟ ବନ୍ଦର ଗୁଡିକରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏହି ସମୟ ମଧ୍ୟରେ ଆଭ୍ୟାନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀର ତାପମାତ୍ରା ସର୍ବନିମ୍ନ ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଅନୁଗୋଳ ଓ ଭବାନୀପାଟଣାରେ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos