‘କେନ୍ଦ୍ର ନକଲେ ଆମେ କରିବୁ’

ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁକୁ ନେଇ ରାଜନୀତି ଚରମସୀମାରେ ପହଞ୍ଚିଛି। ଏହାକୁ ନେଇ ସ୍ଥାନୀୟ ବିଧାୟକ ଅସନ୍ତୋଷ ଜାହିର କରିବା ପରେ ଆଜି ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଜେଡି ବିଧାୟକ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ବ୍ରାହ୍ମଣୀ ସେତୁ ନେଇ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଧାଡ଼ିକିଆ ଉତ୍ତର ରଖିଥିଲେ। ସେ କହିଥିଲେ-“ବ୍ରାହ୍ମଣୀ ଉପରେ […]

Naveen

Naveen

Rakesh Mallick
  • Published: Monday, 04 December 2017
  • Updated: 04 December 2017, 05:48 PM IST

Sports

Latest News

ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁକୁ ନେଇ ରାଜନୀତି ଚରମସୀମାରେ ପହଞ୍ଚିଛି। ଏହାକୁ ନେଇ ସ୍ଥାନୀୟ ବିଧାୟକ ଅସନ୍ତୋଷ ଜାହିର କରିବା ପରେ ଆଜି ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଜେଡି ବିଧାୟକ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ବ୍ରାହ୍ମଣୀ ସେତୁ ନେଇ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଧାଡ଼ିକିଆ ଉତ୍ତର ରଖିଥିଲେ।

ସେ କହିଥିଲେ-“ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ରକୁ ଅନୁରୋଧ କରାଯିବ। କେନ୍ଦ୍ର ନକଲେ ନିଜ ଖର୍ଚ୍ଚରେ ରାଜ୍ୟ ସରକାର ସେତୁ ନିର୍ମାଣ କରିବେ।”

ମୁଖ୍ୟମନ୍ତ୍ରୀଙ୍କ ବୟାନର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌। ସୁନ୍ଦରଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି-“ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ଟଙ୍କା ମଞ୍ଜୁରି କରିଥିଲା। ଏପରିକି ଗେମ୍‌ନ ଇଣ୍ଡିଆ ଟେଣ୍ଡର ନେଇଥିଲା। ସେତେବେଳେ କେନ୍ଦ୍ରରେ କଂଗ୍ରେସ ଓ ରାଜ୍ୟରେ ବିଜେଡି ସରକାରରେ ଥିଲେ। ସେହି ସମୟରେ ସେମାନେ କାହିଁ ଆନ୍ଦୋଳନ କରୁନଥିଲେ? ସେତେବେଳେ କାହିଁକି ଜମି ଅଧିଗ୍ରହଣ କଲେ ନାହିଁ? ଏହା ରାଜନୀତି ଛଡ଼ା ଅନ୍ୟକିଛି ନୁହେଁ।”

ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ଜାଣିଶୁଣି ସୁନ୍ଦରଗଡ଼ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନା ଗୁଡ଼ିକ କାର୍ଯ୍ୟକାରି କରିବାରେ ସହଯୋଗ କରୁନାହାନ୍ତି। ଯାହାଦ୍ୱାରା ଏଠାକାର ଲୋକେ ବହୁ ଅସୁବିଧାରେ ପଡ଼ୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରିକି କାର୍ଯ୍ୟକୁ ଆମେ ବିରୋଧ କରୁଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଆପତ୍ତି କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos