ଜାଣନ୍ତୁ କେଉଁ ବାରରେ ଜୋତା ବା ଚପଲ ଚୋରି ହେଲେ ଶୁଭ

ଶନିଦେବଙ୍କ ନାଁ ଶୁଣିଲା ମାତ୍ରେ ସାଧାରଣତଃ ଲୋକଙ୍କ ମଧ୍ୟରେ ଭୟ ଆସିଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନି ମହାଦଶା ପଡ଼ିଥାଏ, ତାଙ୍କ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ବୋଲି କୁହାଯାଏ। ତେବେ ଶନିଦେବଙ୍କୁ ନେଇ ବିଭିନ୍ନ ପ୍ରକାର କଥା କୁହାଯାଏ। ସେ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି- ଶନିବାର ଦିନ ଆପଣଙ୍କ ଜୋତା କିମ୍ୱା ଚପଲ ଚୋରି ହୋଇଗଲେ ତାହା ଶୁଭ ସଙ୍କେତ ବୋଲି ଜାଣିବେ। ଏପରି ହେଲେ ଜୀବନରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଦୂର ହେବା ସହ ଭଲ ସମୟ ପାଖାଇ ଆସିଥାଏ ବୋଲି ବିଶ୍ୱାସ ରହିଛି।

ଚମଡ଼ାରେ ତିଆରି ଜିନିଷ ଓ ପାଦରେ ଶନି ବାସ କରନ୍ତି ବୋଲି କୁହାଯାଏ। ତେଣୁ କୌଣସି ବ୍ୟକ୍ତିର ଜୋତା ଶନିବାର ହଜିଲେ ଶୁଭ ହୋଇଥାଏ। ଏହି କାରଣରୁ ଅନେକ ଲୋକ ଶନିବାର ଦିନ ମନ୍ଦିରରେ ଜୋତା ଓ ଚପଲ ଛାଡ଼ି ଯାଆନ୍ତି। ଏମିତି କଲେ ସେମାନଙ୍କ ଜୀବନରେ ଶନିଙ୍କ ଅଶୁଭ ପ୍ରଭାବ କମ୍ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More