କାଲି ନିର୍ଜଳା ଏକାଦଶୀ: ଜାଣନ୍ତୁ କେମିତି ବ୍ରତ ପାଳିଲେ ଧୋଇଯିବ ସମସ୍ତ ପାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଜୁନ୍‌ ମାସର ୨୩-୨୪ ତାରିଖ ଅର୍ଥାତ ଆଜି ଓ କାଲି ହେଉଛି ଅତ୍ୟନ୍ତ ପବିତ୍ର ଦିନ। ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଏକାଦଶୀକୁ ‘ନିର୍ଜଳା ଏକାଦଶୀ’ ବା ‘ଭୀମସେନି ଏକାଦଶୀ’ ବୋଲି କୁହାଯାଏ। ଏହିଦିନ ଯଦି ନିଷ୍ଠା, ଧୈର୍ଯ୍ୟ ଓ ଶାନ୍ତିର ସହ କୌଣସି ଉପାୟ କରାଯାଏ, ତେବେ ଆମ ଜୀବନରେ ନିଶ୍ଚିତ ଭାବେ ସଫଳତା ପ୍ରାପ୍ତ ହୁଏ ଓ ଜୀବନରେ କୌଣସି ଦ୍ରବ୍ୟର ଅଭାବ ରହି ନଥାଏ ବୋଲି ହିନ୍ଦୁ […]

parivartini-ekadashi-2015_650x400_41441974071

parivartini-ekadashi-2015_650x400_41441974071

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 03:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଜୁନ୍‌ ମାସର ୨୩-୨୪ ତାରିଖ ଅର୍ଥାତ ଆଜି ଓ କାଲି ହେଉଛି ଅତ୍ୟନ୍ତ ପବିତ୍ର ଦିନ। ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଏକାଦଶୀକୁ ‘ନିର୍ଜଳା ଏକାଦଶୀ’ ବା ‘ଭୀମସେନି ଏକାଦଶୀ’ ବୋଲି କୁହାଯାଏ। ଏହିଦିନ ଯଦି ନିଷ୍ଠା, ଧୈର୍ଯ୍ୟ ଓ ଶାନ୍ତିର ସହ କୌଣସି ଉପାୟ କରାଯାଏ, ତେବେ ଆମ ଜୀବନରେ ନିଶ୍ଚିତ ଭାବେ ସଫଳତା ପ୍ରାପ୍ତ ହୁଏ ଓ ଜୀବନରେ କୌଣସି ଦ୍ରବ୍ୟର ଅଭାବ ରହି ନଥାଏ ବୋଲି ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି।

ପ୍ରତ୍ୟେକ ମାସ ଦୁଇଟି ପକ୍ଷରେ ବିଭକ୍ତ। କୃଷ୍ଣ ଓ ଶୁକ୍ଳ। ଦୁଇଟି ପକ୍ଷରେ ଗୋଟିଏ ଲେଖାଏଁ ଏକାଦଶୀ ପଡ଼ିଥାଏ। ଏହିଭଳି ଭାବେ ଗୋଟିଏ ବର୍ଷରେ ମୋଟ ୨୪ଟି ଏକାଦଶୀ ପଡ଼ିଥାଏ। ଯେଉଁ ବର୍ଷ ମଳମାସ ପଡ଼ିଥାଏ, ସେହି ବର୍ଷ ୨୬ଟି ଏକାଦଶୀ ପଡ଼ିଥାଏ। ଏଗୁଡ଼ିକ ମଧ୍ୟରୁ ‘ନିର୍ଜଳା ଏକାଦଶୀ’କୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ଏହି ଏକାଦଶୀ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ଆଉ ଜ୍ୟେଷ୍ଠର ଅର୍ଥ ହେଉଛି ବଡ଼। ତେଣୁ ଏହାକୁ ‘ବଡ଼ ଏକାଦଶୀ’ ମଧ୍ୟ କୁହାଯାଏ। ଏହି ଦିନ ନିଷ୍ଠା ଓ ଭକ୍ତିର ସହ ବ୍ରତ କଲେ ଭଗବାନ ଲକ୍ଷ୍ମୀନାରାୟଣ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇଥାନ୍ତି। ଯଦି ଆପଣ ବର୍ଷ ଯାକ ଏକାଦଶୀ ନ କରି କେବଳ ‘ନିର୍ଜଳା ଏକାଦଶୀ’ ବ୍ରତ କରୁଛନ୍ତି, ତେବେ ବି ଆପଣଙ୍କୁ ବର୍ଷ ତମାମର ସମ୍ପୂର୍ଣ୍ଣ ଏକାଦଶୀର ଫଳ ପ୍ରାପ୍ତ ହେବ।

ଚଳିତ ଥର କିଛି ପଞ୍ଚାଙ୍ଗରେ ୨୩ ଜୁନ୍‌ ଓ କିଛି ପଞ୍ଚାଙ୍ଗରେ ୨୪ ଜୁନ୍‌କୁ ‘ନିର୍ଜଳା ଏକାଦଶୀ’ କୁହାଯାଉଛି। ତେଣୁ ଭକ୍ତମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ, କେଉଁ ଦିନ ଏହି ଏକାଦଶୀ ବ୍ରତ କଲେ ଅଧିକ ଲାଭଦାୟୀ ହେବ।

ଏହି ଏକାଦଶୀଟି ସମ୍ପୂର୍ଣ୍ଣ ରୂପରେ ତ୍ୟାଗ ଓ ଧୈର୍ଯ୍ୟର ପରୀକ୍ଷା ଅଟେ। ନିର୍ଜଳା ଏକାଦଶୀ ତିଥି ୨୩ ଜୁନ୍‌ରେ ଆରମ୍ଭ ହୋଇ ୨୪ ଜୁନ୍‌ ପର୍ଯ୍ୟନ୍ତ ଚାଲୁ ରହିବ। ୨୩ ତାରିଖ ଦିନ ଦଶମୀଯୁକ୍ତ ଏକାଦଶୀ ହୋଇଥିବା ବେଳେ ୨୪ ତାରିଖ ଦିନ ଏକାଦଶୀ ଦ୍ୱାଦଶୀଯୁକ୍ତ ଅଟେ। ତେଣୁ ୨୪ ତାରିଖ ଦିନ ନିର୍ଜଳା ଏକାଦଶୀକୁ ‘ତ୍ରି-ସ୍ପର୍ଶା ମହାଦ୍ୱାଦଶୀ’ ରୂପେ ପାଳନ କରାଯିବ। ଶାସ୍ତ୍ର ଅନୁଯାୟୀ ଯଦି ସୂର୍ଯ୍ୟୋଦୟ ସମୟରେ ଏକାଦଶୀ ଓ ପରେ ଦିନ ସାରା ଦ୍ୱାଦଶୀ ଓ ତା’ପର ଦିନ ତ୍ରୟୋଦଶୀ ହୋଇଥାଏ, ତେବେ ତାକୁ ‘ତ୍ରି-ସ୍ପର୍ଶା ମହାଦ୍ୱାଦଶୀ’ ବୋଲି କୁହାଯାଏ। ଏହା ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଏକାଦଶୀ।

ଯେଉଁ ମାନେ ଶୈବ ବା ଭଗବାନ ଶିବଙ୍କ ଭକ୍ତ, ସେମାନଙ୍କୁ ୨୩ ତାରିଖ ଦିନ ଏକାଦଶୀ ବ୍ରତ କରିବା ଉଚିତ୍। ଅନ୍ୟପଟେ ଯେଉଁମାନେ ବୈଷ୍ଣବ ବା ଭଗବାନ ବିଷ୍ଣୁଙ୍କ ଭକ୍ତ ସେମାନଙ୍କ ପାଇଁ ୨୪ ତାରିଖ ଦିନ ଏକାଦଶୀ ପାଳିବା ସର୍ବୋତ୍ତମ ହେବ। ଏମିତିରେ ଦେଖିବାକୁ ଗଲେ ଦୁଇଟି ଯାକ ଦିନ ନିର୍ଜଳା ଏକାଦଶୀ ରହିବ। କିନ୍ତୁ ୨୪ ତାରିଖ ଦିନ ଏକାଦଶୀ ପାଳନ କଲେ ସର୍ବତ୍ତୋମ ଫଳ ପ୍ରାପ୍ତ ହେବ। ଅନ୍ୟ ସବୁ ଏକାଦଶୀ ଗୁଡ଼ିକରେ କେବଳ ଅନ୍ନ ଖାଇବା ନିଷେଧ ହୋଇଥାଏ। କିନ୍ତୁ ନିର୍ଜଳା ଏକାଦଶୀରେ ଜଳାହାର ମଧ୍ୟ ନିଷେଧ। ଏହି ଦିନ ଏକାଦଶୀ ବ୍ରତ ରଖିଲେ ଆପଣଙ୍କୁ ଅତ୍ୟନ୍ତ ପୂଣ୍ଣ୍ୟ ମିଳିବା ସହ ସମସ୍ତ ପାପ ଧୋଇ ହେଇଯିବ। ଏଥି ସହ ଆପଣଙ୍କ ସମସ୍ତ ମନଷ୍କାମନା ପୂର୍ଣ୍ଣ ହେବ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos