ଚାଷୀ ପାଇଁ ଦରଦୀ କିଏ? ବିଜେପିର ହୋହଲ୍ଲା, ଦାମ କହିଲେ-ଅଯଥା ଭାଷଣ ଦିଅନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷ ଓ ଚାଷୀ ସମସ୍ୟାକୁ ନେଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ବିଜେପି ସଦସ୍ୟଙ୍କୁ ତାତ୍ସଲ୍ୟ କରି କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“ଅଯଥା ଭାଷଣ ଦିଅନ୍ତୁ ନାହିଁ। ଚାଷୀଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା କରିଛନ୍ତି।” ସେ କହିଛନ୍ତି-“ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ରାଜ୍ୟ ସରକାର କରନ୍ତି ନାହିଁ। ଏଥିପାଇଁ “କଷ୍ଟ୍‌ ଆଣ୍ଡ୍‌ ପ୍ରାଇସିଂ” କମିଶନ ରହିଛି। କମିଶନଙ୍କ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 05:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷ ଓ ଚାଷୀ ସମସ୍ୟାକୁ ନେଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ବିଜେପି ସଦସ୍ୟଙ୍କୁ ତାତ୍ସଲ୍ୟ କରି କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“ଅଯଥା ଭାଷଣ ଦିଅନ୍ତୁ ନାହିଁ। ଚାଷୀଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା କରିଛନ୍ତି।”

ସେ କହିଛନ୍ତି-“ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ରାଜ୍ୟ ସରକାର କରନ୍ତି ନାହିଁ। ଏଥିପାଇଁ “କଷ୍ଟ୍‌ ଆଣ୍ଡ୍‌ ପ୍ରାଇସିଂ” କମିଶନ ରହିଛି। କମିଶନଙ୍କ ସର୍ତ୍ତାବଳୀ ଅନୁଯାୟୀ ରାଜ୍ୟ ସରକାର ଧାନର ମୂଲ୍ୟ ୨୩୪୪ ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ବିଧାନସଭାର ସଭ୍ୟମାନେ ଏହାକୁ ବିରୋଧ କରିଥିଲେ। ଏହା ଉପରେ ଆଉଥରେ ଆଲୋଚନା ପାଇଁ ସଭ୍ୟମାନେ ଦାବି କରିଥିଲେ। ପରେ ଏନେଇ ବିଧାନସଭାରେ ଆଲୋଚନା ହୋଇ ୨୯୩୦ ଟଙ୍କା ସ୍ଥିର ହୋଇଥିଲା। ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠା ଯାଇଥିଲା ଏବଂ ପ୍ରାଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖା ଯାଇଥିଲା। ଏହାଛଡ଼ା ଏହି ଦାବି ସମ୍ପର୍କରେ ଯୁକ୍ତି ଉପସ୍ଥାପନ ପାଇଁ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ନେତୃତ୍ୱରେ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନୁରୋଧ କରା ଯାଇଥିଲା। ମାତ୍ର ପ୍ରଧାନମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେଲେ ନାହିଁ। ଏପରିକି ଆମ ଚିଠିର ଉତ୍ତର ମଧ୍ୟ ଦେଲେ ନାହିଁ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ଗୃହ କମିଟିର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିବା କେତେଦୂର ଯୁକ୍ତିଯୁକ୍ତ?”

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୧୨୦ ଆସନ ଜିତିବା ନେଇ ଦାମ କହିଥିଲେ-“ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକ ସର୍ବଶକ୍ତିମାନ। ସେମାନେ କାହାକୁ ଭୋଟଦେବେ ଜଣାପଡ଼େ ନାହିଁ। ସେଥିପାଇଁ ମୁଁ କହିଥିଲି ବିଧାନସଭାରେ ୧୨୦ ଆସନ ଜିତିବା ସମ୍ଭବ ନୁହେଁ।”

ପିସି କାରବାର ନେଇ ଦାମ କହିଲେ-“ଲୋକେ ସରକାର କରିଛନ୍ତି। ଲୋକଙ୍କ ପାଇଁ ସରକାର ଚାଲିଛି। ସରକାର ଯାହା ସ୍ଥିର କରୁଛନ୍ତି, ତାହା ସାଧାରଣ ଲୋକ ପାଆନ୍ତୁ। ଏଥିପାଇଁ ଅମଲାମାନେ ଦରମା ନେଉଛନ୍ତି। ସେମାନେ ପିସି କ’ଣ ପାଇଁ ନେବେ? ଲୋକପ୍ରତିନିଙ୍କୁ ଲୋକେ ଭୋଟ୍‌ ଦେଇଛନ୍ତି, ସେମାନେ ମଧ୍ୟ କଣ ପାଇଁ ପାଉଣା ନେବେ? ପିସି ନେବା ଅନ୍ୟାୟ ଓ ଅବିବେକି। ଏହାକୁ ଲକ୍ଷ୍ୟକରି ମୁଖ୍ୟମନ୍ତ୍ରୀ କହିଥିଲେ ପିସି କାରବାର ବନ୍ଦ କର।  ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶ ପରେ ବ୍ଲକସ୍ତରରେ ହେଉଥିବା ପିସି କାରବାର ବହୁ କମିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story