ଶନିଙ୍କ କୋପରୁ ମୁକ୍ତି ଦେବ ଏହି ଗଛ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ
ହିନ୍ଦୁ ଧର୍ମରେ ଓସ୍ତ ଗଛକୁ ଏକ ପବିତ୍ର ବୃକ୍ଷର ମାନ୍ୟତା ମିଳିଛି। ସ୍ୱୟଂ ଭବବାନ ବିଷ୍ଣୁ ଏହି ଗଛରେ ରୁହନ୍ତି ବୋଲି ବିଶ୍ୱାସ ରହିଛି। ଏହି ଗଛ ମୂଳରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ଣୁ ଓ ଶୀର୍ଷରେ ଭଗବାନ ଶିବ ନିବାସ କରନ୍ତି ବୋଲି କୁହାଯାଏ। ଏହି ବୃକ୍ଷ ପୂଜନର ଧାର୍ମିକ ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ଗଛ ଅତ୍ୟଧିକ ମାତ୍ରାରେ ଅମ୍ଲଜାନ ଛାଡିଥାଏ, ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଗଛର ମହତ୍ତ୍ୱ ରହିଛି।
ଓସ୍ତ ଗଛ ସହ ଶନି ଦେବତାଙ୍କ ସମ୍ୱନ୍ଧ
ଓସ୍ତ ଗଛ ସହ ଶନି ଦେବତାଙ୍କ ସମ୍ୱନ୍ଧ ରହିଛି। କୁହାଯାଏ, ଏହି ଗଛ ସହ ସମ୍ୱନ୍ଧ ରଖୁଥିବା ପିପ୍ପଲାଦ ମୁନି ଶନି ଦେବତାଙ୍କୁ ଦଣ୍ଡ ଦେଇଥିଲେ। ସେବେଠାରୁ ଏହି ଗଛର ପୂଜା ବା ସେବା କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଓସ୍ତଗଛ ପୂଜାରୁ ଲାଭ
– ଜନ୍ମ ଜାତକରେ ଅଳ୍ପଆୟୁଷ ଯୋଗ ଥିଲେ ଓସ୍ତ ଗଛ ପୂଜା କରିବା ଦ୍ୱାରା ଏହି ଯୋଗ ସମାପ୍ତ ହୁଏ।
– ପୁରୁଣା ରୋଗ ଲାଗି ରହୁଥିଲେ ଓସ୍ତ ଗଛ ପୂଜା କରିବା ଦ୍ୱାରା ତାହା ଭଲ ହୋଇଯାଏ।
– ଓସ୍ତ ଗଛ ପରିକ୍ରମା କରି ଜଳ ଅର୍ପଣ କଲେ ସନ୍ତାନ କଷ୍ଟ ଦୂର ହୁଏ।
– ଶନି ଦେବତାଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ଲାଗି ଓସ୍ତ ଗଛ ପୂଜା କଲେ ସୁଫଳ ମିଳିଥାଏ।
-ଏହି ଗଛ ପୂଜା କରିବା ଦ୍ୱାରା ସୁଖ ସଂପତ୍ତି ଓ ସୌଭାଗ୍ୟ ପ୍ରାପ୍ତି ହୁଏ।
ପ୍ରତିଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଶନିବାର ଦିନ ସୋରିଷ ତେଲର ଦୀପ ଗଛ ମୂଳେ ଜଳାନ୍ତୁ। ଶନି ଦେବଙ୍କ ମନ୍ତ୍ର ଜପକରି ଗଛ ଚାରିପଟେ ପରିକ୍ରମା କରନ୍ତୁ। ଏପରି କରିବା ଦ୍ୱାରା ଶନି ଦେବଙ୍କ କୃପା ପ୍ରାପ୍ତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।