ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ୱାମୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ଏକ ଅଭାନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ସୀତୟା ଭୁଏ ଓ ସୁଦାମ ଭୁଏ।

ଗତକାଲି ରାତିରେ ସୁଦାମଙ୍କ ସ୍ତ୍ରୀ ସୀତାୟାଙ୍କ ମୃତ୍ୟୁପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ବାପଘର ଲୋକ ଆସିବା ପୂର୍ବରୁ ସୀତୟାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିବାରୁ  ତାଙ୍କୁ ହତ୍ୟା କରାଯାଇଥିବା ନେଇ  ଥାନାରେ  ପରିବାରଲୋକ ଅଭିଯୋଗ କରିଛନ୍ତି। ପୋଲିସ୍‌ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।