ମହାନଦୀର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବୁ: ନବୀନ

ଭୁବନେଶ୍ୱର: ମହାନଦୀ ଉପରେ ପ୍ରକଳ୍ପ କରିବାକୁ ଛତିଶଗଡ଼କୁ କେହି ରୋକି ପାରିବେ ନାହିଁ ବୋଲି ଗତକାଲି ସେଠାକାର ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଥିବା ବେଳେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ମହାନଦୀର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି,“ମହାନଦୀ ଓଡ଼ିଶାର ଜୀବନରେଖା। ମା’ ପରି ଚାରି କୋଟି ଓଡ଼ିଆଙ୍କୁ ବଞ୍ଚିବାକୁ ଶକ୍ତି ଯୋଗାଉଛି ମହାନଦୀ। ଆମ ସଭ୍ୟତା ଓ […]

naveen-pattanik

naveen-pattanik

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 05:15 PM IST

Sports

Latest News

naveen-pattanikଭୁବନେଶ୍ୱର: ମହାନଦୀ ଉପରେ ପ୍ରକଳ୍ପ କରିବାକୁ ଛତିଶଗଡ଼କୁ କେହି ରୋକି ପାରିବେ ନାହିଁ ବୋଲି ଗତକାଲି ସେଠାକାର ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଥିବା ବେଳେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ମହାନଦୀର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି,“ମହାନଦୀ ଓଡ଼ିଶାର ଜୀବନରେଖା। ମା’ ପରି ଚାରି କୋଟି ଓଡ଼ିଆଙ୍କୁ ବଞ୍ଚିବାକୁ ଶକ୍ତି ଯୋଗାଉଛି ମହାନଦୀ। ଆମ ସଭ୍ୟତା ଓ ସଂସ୍କୃତି ସହିତ ଏହା ଯୋଡ଼ି ହୋଇ ରହିଛି। ସମ୍ବଲପୁରରୁ ପାରାଦୀପ ପର୍ଯ୍ୟନ୍ତ କୋଟି କୋଟି ଓଡ଼ିଆଙ୍କୁ ସଂପର୍କରେ ବାନ୍ଧି ରଖିଛି। ମହାନଦୀକୁ ଏ ଜାତି କେବେ ବି ଅଣାଦେଖା କରିପାରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୁରକ୍ଷା ପାଇଁ ଆମେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବୁ। ସେଥିରେ ଆଦୌ ଅବହେଳା କରାଯିବ ନାହିଁ। ସବୁ ସ୍ତରରେ ଏ ପ୍ରସଙ୍ଗ ଉଠାଇବୁ।”

ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି,“ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଗତକାଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ ହେଉଛି ସଂସଦରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ। ତାଙ୍କ ମନ୍ତବ୍ୟ ବିଭ୍ରାନ୍ତିକର।”

ମୁଖ୍ୟମନ୍ତ୍ରୀ କହିଛନ୍ତି,“ମୁଁ ଏ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉଠାଇଛି। ଏଥିରେ ହସ୍ତକ୍ଷେପ କରିବାକୁ ତାଙ୍କୁ ଅନୁରୋଧ କରିଛି।”

ସେ ଆହୁରି କହିଛନ୍ତି,“ଛତିଶଗଡ଼ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଏ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖାଯାଉ।”

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ,“ମହାନଦୀରୁ ଆମର ପାଣି ନେବାର ଅଧିକାର ଅଛି। ଆମ ହକ୍‌ ପାଇଁ ଆମେ ଯେତେବେଳେ ଆବଶ୍ୟକ ଜଳ ନେବୁ। ଆମ ଭାଗର ଏକ ଏକ ବୁନ୍ଦା ବ୍ୟବହାର କରିବୁ। ଆମ ପ୍ରକଳ୍ପକୁ କେହି ରୋକି ପାରିବେନି। ସିଡବ୍ଲୁସିର ଅନୁମତି ନେଇ ପ୍ରକଳ୍ପ କାମ କରାଯାଉଛି। ଓଡ଼ିଶା ସରକାରଙ୍କ ସହ କଥାବର୍ତ୍ତାରେ କିଛି ଅସୁବିଧା ନାହିଁ।”

ସେହିପରି ଗତକାଲି ଲୋକସଭାରେ ଏ ପ୍ରସଙ୍ଗରେ ଆସିଥିବା ଧ୍ୟାନ ଆକର୍ଷଣ ପ୍ରସ୍ତାବ ଉପରେ ଉତ୍ତର ରଖି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିୟାନ କହିଥିଲେ,“ଦେଢ଼ ମାସ ତଳେ ଓଡ଼ିଶାର ଅଭିଯୋଗ ପରେ କେନ୍ଦ୍ର ସରକାର ଗତ ଜୁନ୍ ମାସରେ ଦୁଇ ରାଜ୍ୟର ବୈଠକ ଡକାଇଥିଲେ। ଛତିଶଗଡ଼ ସରକାର ବୈଠକ ପାଇଁ ରାଜି ଥିଲେ, କିନ୍ତୁ ଓଡ଼ିଶା ସରକାର ଏହାକୁ ଏକ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଫଳରେ ବୈଠକ ହୋଇପାରିଲାନି।”

ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆସନ୍ତା ୨୯ ତାରିଖରେ ବସିବ ଦୁଇ ରାଜ୍ୟର ବୈଠକ। ଗତକାଲି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ର ମନ୍ତ୍ରୀ ସଂସଦରେ ଏହି ସୂଚନା ଦେଇଥିଲେ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟକୁ ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ତ୍ରିପାକ୍ଷିକ ବୈଠକ ଡାକିବା ପାଇଁ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ବୟାନବାଜି କରିବା ଅନାବଶ୍ୟକ ଥିଲା। ଉଭୟ ମୁଖ୍ୟମନ୍ତ୍ରୀ (ଓଡ଼ିଶା ଓ ଛତିଶଗଡ଼) ସାଧାରଣ ରାଜନେତା ନୁହେଁ ରାଷ୍ଟ୍ରନେତା ଭାବେ ବ୍ୟବହାର କରନ୍ତୁ ଓ ଆପୋସ ବୁଝାମଣାରେ ସମସ୍ୟାର ସମାଧାନ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story