ଦ୍ରୁତ ବିକଶିତ ଦେଶରେ ଶ୍ରମଶକ୍ତି କୃଷିରୁ ଶିଳ୍ପ କ୍ଷେତ୍ରରେ ପାଦ ଥାପିଛନ୍ତି, ତେଣୁ ଗରିବୀ କମିଛି: ଅରବିନ୍ଦ ପାନାଗରିୟା

ଭୁବନେଶ୍ୱର: ଦ୍ରୁତ ବିକଶିତ ଦେଶଗୁଡ଼ିକରେ ଶ୍ରମଶକ୍ତି କୃଷି କ୍ଷେତ୍ରରୁ ଯାଇ ଶିଳ୍ପ କ୍ଷେତ୍ରରେ ପାଦ ଥାପିଛନ୍ତି। ତେଣୁ ଏଭଳି ଦେଶଗୁଡ଼ିକରେ ଗରିବୀ ଦ୍ରୁତ ଗତିରେ କମି ଚାଲିଛି। ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିୟା ଏହି କଥା କହିଛନ୍ତି। ଶନିବାର ‘ଓଟିଭି’ର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ‘ହାଓ ଫାଷ୍ଟ ଗ୍ରୋଇଙ୍ଗ୍ ନେସନ୍ସ ହାଭ୍ ଟ୍ରାନ୍ସଫରମଡ୍ ଆଣ୍ଡ ହ୍ୱାଟ୍ କ୍ୟାନ୍ ୱି ଲାର୍ଣ୍ଣ ଫ୍ରମ୍ ଦେମ୍’ ଶୀର୍ଷକ ଆଲୋଚନାଚକ୍ରରେ ନିଜ ମତାମତ ରଖି ସେ ଏହା କହିଥିଲେ। […]

panagariya

panagariya

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 11:49 AM IST

ଭୁବନେଶ୍ୱର: ଦ୍ରୁତ ବିକଶିତ ଦେଶଗୁଡ଼ିକରେ ଶ୍ରମଶକ୍ତି କୃଷି କ୍ଷେତ୍ରରୁ ଯାଇ ଶିଳ୍ପ କ୍ଷେତ୍ରରେ ପାଦ ଥାପିଛନ୍ତି। ତେଣୁ ଏଭଳି ଦେଶଗୁଡ଼ିକରେ ଗରିବୀ ଦ୍ରୁତ ଗତିରେ କମି ଚାଲିଛି। ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିୟା ଏହି କଥା କହିଛନ୍ତି। ଶନିବାର ‘ଓଟିଭି’ର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ‘ହାଓ ଫାଷ୍ଟ ଗ୍ରୋଇଙ୍ଗ୍ ନେସନ୍ସ ହାଭ୍ ଟ୍ରାନ୍ସଫରମଡ୍ ଆଣ୍ଡ ହ୍ୱାଟ୍ କ୍ୟାନ୍ ୱି ଲାର୍ଣ୍ଣ ଫ୍ରମ୍ ଦେମ୍’ ଶୀର୍ଷକ ଆଲୋଚନାଚକ୍ରରେ ନିଜ ମତାମତ ରଖି ସେ ଏହା କହିଥିଲେ।

ପାନାଗରିୟା କହିଥିଲେ, ବହୁ ବିଳମ୍ବରେ ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିଲା। କୋରିଆ, ସିଙ୍ଗାପୁର ଓ ତାଇୱାନ୍ ଭଳି ଦେଶଠାରୁ ମଧ୍ୟ ପଛରେ ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିଲା। ୨୦୦୩-୦୪ ରୁ ୨୦୧୧-୧୨ ଆର୍ଥିକ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ୮.୩ ରହିଥିଲା। ୨୦୧୨-୧୩ର ଆର୍ଥିକ ବର୍ଷରୁ ଭାରତର ଅଭିବୃଦ୍ଧି ହାର କମି ଥିଲା। ତେବେ ଭାରତ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୦୧୧-୧୨ ମଧ୍ୟରେ ଭାରତ ଯେଉଁ ଅଭିବୃଦ୍ଧି ହାସଲ କରିଥିଲା, ସେହି ଅଭିବୃଦ୍ଧି କୋରିଆ, ତାଇୱାନ୍ ଓ ସିଙ୍ଗାପୁର ଭଳି ଦେଶରେ ୧୯୯୦ରେ ପରିଲିକ୍ଷିତ ହୋଇସାରିଥିଲା। ୧୯୬୦ରୁ ୧୯୯୦ ମଧ୍ୟରେ ଏହି ଦେଶଗୁଡ଼ିକରେ ଅଭିବୃଦ୍ଧି ହାର ୯ ପ୍ରତିଶତ ରହିଥିଲା।

ନୀତି ଆୟୋଗ ଉପାଧ୍ୟକ୍ଷ କହିଥିଲେ, ଏସବୁ ଦେଶ ଏଭଳି ଦ୍ରୁତ ଅଭିବୃଦ୍ଧି ପଛରେ ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ରପ୍ତାନୀ, କୃଷିରେ ହ୍ରାସ ଓ ଶିଳ୍ପରେ ବୃଦ୍ଧି, କୃଷି କ୍ଷେତ୍ରରୁ ଶିଳ୍ପ କ୍ଷେତ୍ରକୁ ଶ୍ରମଶକ୍ତିଙ୍କ ଲମ୍ଫ ଓ ଅଧିକ ମାନବସମ୍ବଳ ଦରକାର ହେଉଥିବା ବୃହତ୍ତ ଶିଳ୍ପ। ଶ୍ରମଶକ୍ତି କୃଷି କ୍ଷେତ୍ରରୁ ଯାଇ ଶିଳ୍ପ କ୍ଷେତ୍ରରେ ପାଦ ଥାପିବାର ଏକ ଉଦାହରଣ ଦେଇ ସେ କହିଥିଲେ ଯେ ୧୯୬୦ ମସିହାରେ କୋରିଆରେ ୭୦ ପ୍ରତିଶତ ଲୋକ ଚାଷବାସ କରୁଥିଲେ। କିନ୍ତୁ ୧୯୯୦ ବେଳକୁ ଦେଶରେ କୃଷି କ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ଲୋକ କାମ କରୁଥିଲେ। ମାନବସମ୍ବଳ କୃଷି କ୍ଷେତ୍ରରୁ ଶିଳ୍ପ କ୍ଷେତ୍ରକୁ ଡେଇଁବା ପରେ କୋରିଆ ଭଳି ଦ୍ରୁତ ବିକଶିତ ରାଷ୍ଟ୍ରଗୁଡ଼ିକରେ ଗରିବୀର ହାର ଦ୍ରୁତ ଗତିରେ ହ୍ରାସ ହୋଇଛି।

ପାନାଗରିୟା କହିଥିଲେ, ଚୀନ, କୋରିଆ ଭଳି ରାଷ୍ଟ୍ରଗୁଡ଼ିକରେ ବୃହତ୍ତ ଶିଳ୍ପ ଓ ରପ୍ତାନୀ ଉପରେ ଗୁରୁତ୍ୱ ଦିଆଯାଇଛି। ଏମିତି ନୁହେଁ ଯେ ସେମାନେ ପ୍ରାରମ୍ଭରୁ ହିଁ ବଡ଼ ଶିଳ୍ପ ଆରମ୍ଭ କରି ଥିଲେ। କିନ୍ତୁ ଧୀରେ ଧୀରେ ସେଗୁଡ଼ିକୁ ବଡ଼ ଆକାର ଦେଇଥିଲେ। ଅଧିକ ମାନବ ସମ୍ବଳ ଦରକାର ହେଉଥିବା ଶିଳ୍ପ ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ। ଯେତେବେଳ ଶିଳ୍ପ ବଡ଼ ହୋଇଯାଏ ଓ ଘରୋଇ ବଜାର ଛୋଟ ହୋଇଯାଏ, ସେତେବେଳେ ବିଶ୍ୱ ବଜାର ଉପରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍। ରପ୍ତାନୀକୁ ବଢ଼ାଇବା ଉଚିତ୍। ଚୀନର ଦ୍ରୁତ ବିକାଶ ପଛରେ ଏହା ହେଉଛି ଅନ୍ୟ ଏକ ପ୍ରମୁଖ କାରଣ।

ସେ କହିଥିଲେ, ଭାରତରେ ଏବେ ୮୦ ପ୍ରତିଶତ ମାନବ ସମ୍ବଳ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ କାମ କରୁଛନ୍ତି। ଏହି ଧାରା ବଦଳିବାର ଆବଶ୍ୟକତା ରହିଛି। ଦେଶରେ ବଡ଼ ଶିଳ୍ପର ଆବଶ୍ୟକତା ରହିଛି। ବଡ଼ ଶିଳ୍ପର ଅନୁପସ୍ଥିତିରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍ପାଦନ କ୍ଷମତା କମିଯାଏ।

ଏହା ସହିତ ଚୀନର କୌଶଳକୁ ଗୁଜରାଟ କାର୍ଯ୍ୟକାରୀ କରି ସଫଳତା ହାସଲ କରିଛି ବୋଲି ପାନାଗରିୟା କହିଥିଲେ। ସେ କହିଥିଲେ ବର୍ତ୍ତମାନ ଭାରତରୁ ଯେତିକି ରପ୍ତାନୀ ହେଉଛି, ସେଥିରୁ ଅଧିକାଂଶ ଗୁଜରାଟର ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜେଡ୍)ରୁ ହେଉଛି। ଗୁଜରାଟର ଏସଇଜେଡରୁ ୪୫ ପ୍ରତିଶତ ଜିନିଷ ରପ୍ତାନୀ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story