ନର୍ସିଂହୋମରେ ଭୁଲ ଅସ୍ତ୍ରୋପଚାର ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ସହରର ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ନେଇ ସାଂଘାତିକ ଅଭିଯୋଗ ହୋଇଛି। ଜଣେ ମହିଳାଙ୍କ ଗର୍ଭାଶୟର ଅଧା ଅପରେସନ୍ କରି ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସମ୍ବଲପୁର ମେଡିକାଲ ରୋଡରେ ଥିବା ଏକ ନର୍ସିଂହୋମରେ ସୋମବାର ଜଣେ ମହିଳା ଗର୍ଭାଶୟ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ଡାକ୍ତର ତାଙ୍କ ଅସ୍ତ୍ରୋପଚାର କରିଥିଲେ। ହେଲେ ତ୍ରୁଟିପୂର୍ଣ୍ଣ ପଦ୍ଧତିରେ ଅସ୍ତ୍ରୋପଚାର ଯୋଗୁଁ ଡାକ୍ତର ମହିଳାଙ୍କ ଗର୍ଭାଶୟ ବାହାର କରି ନ ପାରି ପୁଣି […]

s

s

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 09:50 AM IST

Sports

Latest News

ସମ୍ବଲପୁର: ସମ୍ବଲପୁର ସହରର ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ନେଇ ସାଂଘାତିକ ଅଭିଯୋଗ ହୋଇଛି। ଜଣେ ମହିଳାଙ୍କ ଗର୍ଭାଶୟର ଅଧା ଅପରେସନ୍ କରି ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସମ୍ବଲପୁର ମେଡିକାଲ ରୋଡରେ ଥିବା ଏକ ନର୍ସିଂହୋମରେ ସୋମବାର ଜଣେ ମହିଳା ଗର୍ଭାଶୟ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ଡାକ୍ତର ତାଙ୍କ ଅସ୍ତ୍ରୋପଚାର କରିଥିଲେ। ହେଲେ ତ୍ରୁଟିପୂର୍ଣ୍ଣ ପଦ୍ଧତିରେ ଅସ୍ତ୍ରୋପଚାର ଯୋଗୁଁ ଡାକ୍ତର ମହିଳାଙ୍କ ଗର୍ଭାଶୟ ବାହାର କରି ନ ପାରି ପୁଣି ପେଟ ସିଲେଇ କରିଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ। ମହିଳା ଜଣକ ଏବେ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।

ଅନ୍ୟପକ୍ଷରେ ଅପରେସନରେ ତ୍ରୁଟି କରିଥିବା ଅଭିଯୋଗକୁ ଡାକ୍ତର ଅସ୍ୱୀକାର କରିଛନ୍ତି। ଡାକ୍ତର କହିଛନ୍ତି,“ ଗର୍ଭାଶୟ ସଂଲଗ୍ନ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସହ ଗର୍ଭାଶୟ ଲାଗି କରି ରହିଥିବାରୁ  ତାକୁ କାଟି ବାହାର କରାଯାଇ ପାରିଲାନି। କିଛି ମାସର ବ୍ୟବଧାନ ପରେ ପୁଣି ଥରେ ଅପରେସନ୍ କରି ଗର୍ଭାଶୟ ବାହାର କରାଯାଇ ପାରିବ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos