www.prestigeresults.in ୱେବସାଇଟରେ ଉପଲବ୍ଧ ହେଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ

କଟକ: ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ କାର୍ଡ ୱେବସାଇଟରେ ଉପଲବ୍ଧ ହୋଇଛି। www.indiaresult.comରେ ଆଡମିଟ କାର୍ଡ ଉପଲବ୍ଧ ହେଉଛି। ପିଲାମାନେ ଏହି ୱେବସାଇଟରେ ନିର୍ଦ୍ଦିଷ୍ଟ ପେଜକୁ ଯାଇ ନିଜ ଜିଲ୍ଲା ଓ ସ୍କୁଲର ନାମ ଟାଇପ କରି ସେମାନଙ୍କ ଆଡମିଟ କାର୍ଡ ପାଇପାରିବେ। ପରୀକ୍ଷାର୍ଥୀମାନେ ଏହାକୁ ଡାଉନଲୋଡ ମଧ୍ୟ କରିପାରିବେ। ଛାତ୍ରଛାତ୍ରୀ ଡାଉନଲୋଡ କରିଥିବା ଆଡମିଟ କାର୍ଡକୁ ପରୀକ୍ଷା କେନ୍ଦ୍ରରେ ଦେଖାଇ ପ୍ରବେଶ କରିପାରିବେ ବୋଲି ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।