ପାରିବାରିକ କଳହରୁ ନୃଶଂସତା: ବଡ଼ ଭାଇକୁ ଗୁଳି କରି ହତ୍ୟା କଲା ସାନ ଭାଇ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜମିବାଡି ବାବାଦକୁ କେନ୍ଦ୍ର କରି ଓଢ଼ଙ୍ଗ ଗାଁରେ ଜଣେ ବ୍ୟକ୍ତି ତା’ର ବଡ଼ ଭାଇକୁ ଗୁଳି କରି ହତ୍ୟା କରିଛି।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସାନ ଭାଇକୁ ଆଗରପଡ଼ା ପୋଲିସ ଗିରଫ କରିଛି।