ଉତ୍ସାହ ଉଦ୍ଦୀପନାର ସହ ଜିରୋ ନାଇଟ ପାଳନ କଲେ ରାଜ୍ୟବାସୀ

ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସାରା ରାଜ୍ୟରେ ଥିଲା ଜୋରଦାର ଆୟୋଜନ। ଖାସ୍ କରି କଟକ ଭୁବନେଶ୍ୱର ଟୁଇନ୍ ସିଟି ଥିଲା ବେଶ ଚଳଚଞ୍ଚଳ। ରାତିର ଥଣ୍ଡା କମାଇ ଦେଇପାରି ନ ଥିଲା ଉତ୍ସାହ ଓ ଉଦ୍ଦୀପନାକୁ। କ୍ଲବ, ହୋଟେଲ, ରେସ୍ତୁରାଣ୍ଟ ସବୁଠି ଥିଲା ଖଚାଖଚ୍ ଭିଡ଼। ଧୂମ୍ ଜମିଥିଲା ନାଚଗୀତର ଆସର। ଡିଜେ, ସେଲିବ୍ରେଟି ସିଙ୍ଗର ଓ ଡ୍ୟାନସ ଗାର୍ଲଙ୍କ ନୃତ୍ୟ ସମସ୍ତଙ୍କୁ ମତୁଆଲା କରିଥିଲା। ଗୀତ ଓ ମ୍ୟୁଜିକ ତାଳେ ତାଳେ ଝୁମି […]

2016.

2016.

Rakesh Mallick
  • Published: Friday, 01 January 2016
  • Updated: 01 January 2016, 07:37 AM IST

Sports

Latest News

2016ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସାରା ରାଜ୍ୟରେ ଥିଲା ଜୋରଦାର ଆୟୋଜନ। ଖାସ୍ କରି କଟକ ଭୁବନେଶ୍ୱର ଟୁଇନ୍ ସିଟି ଥିଲା ବେଶ ଚଳଚଞ୍ଚଳ। ରାତିର ଥଣ୍ଡା କମାଇ ଦେଇପାରି ନ ଥିଲା ଉତ୍ସାହ ଓ ଉଦ୍ଦୀପନାକୁ। କ୍ଲବ, ହୋଟେଲ, ରେସ୍ତୁରାଣ୍ଟ ସବୁଠି ଥିଲା ଖଚାଖଚ୍ ଭିଡ଼। ଧୂମ୍ ଜମିଥିଲା ନାଚଗୀତର ଆସର। ଡିଜେ, ସେଲିବ୍ରେଟି ସିଙ୍ଗର ଓ ଡ୍ୟାନସ ଗାର୍ଲଙ୍କ ନୃତ୍ୟ ସମସ୍ତଙ୍କୁ ମତୁଆଲା କରିଥିଲା। ଗୀତ ଓ ମ୍ୟୁଜିକ ତାଳେ ତାଳେ ଝୁମି ଉଠିଥିଲେ ସମସ୍ତେ। ଆଉ ଏହି ସିଲସିଲା ଚାଲିଥିଲା ଜିରୋ ନାଇଟ୍ ପର୍ଯ୍ୟନ୍ତ। ରାତି ଠିକ୍ ୧୨ଟା ବାଜିବା କ୍ଷଣି ସମସ୍ତେ ପରସ୍ପରକୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ବର୍ଷ ମଙ୍ଗଳମୟ ହେଉ ଓ ଜୀବନ ସୁଖ ଶାନ୍ତି ପୂର୍ଣ୍ଣ ହେବା ନେଇ କାମନା କରିଥିଲେ। ରାଜଧାନୀର ସବୁ ବଡ଼ ବଡ଼ ହୋଟେଲ, ଭୁବନେଶ୍ୱର କ୍ଲବ ଆଦି ସ୍ଥାନରେ ନୂଆବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।2016.

ରାଜଧାନୀ ଭୁବନେଶ୍ୱର ପରି କଟକରେ ମଧ୍ୟ ବେଶ ଜମିଥିଲା ନାଚଗୀତର ଆସର। ସହରର ବିଭିନ୍ନ ହୋଟେଲ, କଟକ କ୍ଲବ ଓ ଓସିଏ କ୍ଲବରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ଲୋକ ଏସବୁ ସ୍ଥାନରେ ଏକତ୍ର ହୋଇ ନାଚି, ଗାଇ ଖୁସି ମନାଇଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଏସବୁ କାର୍ଯ୍ୟକ୍ରମ ଜାରି ରହିଥିଲା। ରାଜ୍ୟର ସବୁ ବଡ଼ ବଡ଼ ସହରରେ ନୂଆ ବର୍ଷକୁ ସ୍ୱାଗତ ଲାଗି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଧିକାଂଶ ସହରରେ ଥିବା ହୋଟେଲ ଓ କ୍ଲବ ଆଦିରେ ଜମିଥିଲା ଲୋକଙ୍କ ଭିଡ଼। ନୃତ୍ୟଗୀତର ତାଳେ ତାଳେ ନାଚି ନାଚି ସମସ୍ତେ ନବବର୍ଷକୁ ସ୍ୱାଗତ କରିଥିଲେ।2016``

ରେଶମ ସହର ବ୍ରହ୍ମପୁର ବି ଉତ୍ସବ ମୁଖର ଥିଲା। ୟୁନିଅନ କ୍ଲବ ପରିସରରେ ବେଶ ଧୁମଧାମରେ ହୋଇଥିଲା ନ୍ୟୁୟର ସେଲିବ୍ରେସନ। ସମ୍ୱଲପୁରରେ ମଧ୍ୟ ଜିରୋ ନାଇଟର ସେଲିବ୍ରେସନ ଥିଲା ନିଆରା। ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ବର୍ଷ ୨୦୧୬କୁ ସ୍ୱାଗତ କରିଥିଲେ ଲୋକେ। ଷ୍ଟିଲସିଟି ରାଉରକେଲାରେ ମଧ୍ୟ ଜିରୋ ନାଇଟର ଧୂମ୍ ଦେଖିବାକୁ ମିଳିଥିଲା। ପୁରୁଣାବର୍ଷକୁ ବିଦାୟ ଦେଇ ବର୍ଷ ୨୦୧୬କୁ ସ୍ୱାଗତ କରିଥିଲେ ରାଉରକେଲା ବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos