ଜିଲ୍ଲା ପରିଷଦ ସହ ମିଶିବ ଡିଆରଡିଏ

ଭୁବନେଶ୍ୱର: ରାଜ୍ୟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ବା ଡିଆର୍‌ଡିଏଗୁଡ଼ିକୁ ଜିଲ୍ଲା ପରିଷଦ ସହିତ ମିଶାଇ ଦିଆଯିବ। ଡିଆରଡିଏ ପାଇଁ କେନ୍ଦ୍ର ଅନୁଦାନ ବନ୍ଦ କରି ଦେବା ପରେ ଏବେ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ବରାଦ କରାଯିବ। ଆଜି ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ପଞ୍ଚାୟତରୁ ଆସିଥିବା […]

naveen

naveen

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 03:00 PM IST

Sports

Latest News

naveenଭୁବନେଶ୍ୱର: ରାଜ୍ୟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ବା ଡିଆର୍‌ଡିଏଗୁଡ଼ିକୁ ଜିଲ୍ଲା ପରିଷଦ ସହିତ ମିଶାଇ ଦିଆଯିବ। ଡିଆରଡିଏ ପାଇଁ କେନ୍ଦ୍ର ଅନୁଦାନ ବନ୍ଦ କରି ଦେବା ପରେ ଏବେ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ବରାଦ କରାଯିବ। ଆଜି ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ରାଜ୍ୟର ବିଭିନ୍ନ ପଞ୍ଚାୟତରୁ ଆସିଥିବା ହଜାର ହଜାର ପଞ୍ଚାୟତ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପଞ୍ଚାୟତଗୁଡ଼ିକୁ ଶକ୍ତିଶାଳୀ କରିବା ଓ ଲୋକଙ୍କ ହାତକୁ କ୍ଷମତା ଦେବା ଥିଲା ବିଜୁ ବାବୁଙ୍କର ସବୁଠାରୁ ବଡ଼ ସଫଳତା। ପଞ୍ଚାୟତ ଜରିଆରେ ମହିଳାମାନଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଆଦିବାସୀ, ଦଳିତ ଓ ଗରିବ ଲୋକଙ୍କୁ ସେ ବିକାଶ ସହିତ ଯୋଡ଼ି ପାରିଥିଲେ। ରାଜ୍ୟରେ ପଞ୍ଚାୟତଗୁଡ଼ିକ ଶକ୍ତିଶାଳୀ ହୋଇଛି ଓ ଆଗାମୀ ଦିନରେ ଏଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଆଗାମୀ ଦିନରେ ପଞ୍ଚାୟତଗୁଡ଼ିକ ଉନ୍ନୟନମୂଳକ କାମ ପାଇଁ ୧୬,୦୦୦ କୋଟି ଟଙ୍କା ପାଇବେ। ପ୍ରତି ପଞ୍ଚାୟତ ବର୍ଷକୁ ୨୦ରୁ୩୦ ଲକ୍ଷ ଟଙ୍କା ପାଇବେ। ୨୦୧୯-୨୦ ବେଳକୁ ପ୍ରତି ପଞ୍ଚାୟତ ୫୫ରୁ୭୫ ଲକ୍ଷ ଟଙ୍କା ମିଳିବ। ତେଣୁ ପଞ୍ଚାୟତକୁ ରାଜନୀତିର କେନ୍ଦ୍ର ନ କରି ବିକାଶର ଗୋଟିଏ ଗୋଟିଏ ମଡେଲ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇ ନବୀନ କହିଥିଲେ,“ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ପକ୍କା ଘର ଓ ପେନସନ ଯୋଜନା ଭଳି କାର୍ଯ୍ୟକ୍ରମଗୁଡ଼ିକ ଗରିବ ଲୋକଙ୍କର ହକ୍। ଏସବୁ ସରକାରୀ ସୁବିଧା ସେମାନେ ଯେପରି ସମ୍ମାନର ସହ ପାଇପାରିବେ, ସେଥିପାଇଁ ଆପଣମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।”

ପଞ୍ଚାୟତଗୁଡ଼ିକରେ ହେଉଥିବା କାମର ଗୁଣାତ୍ମକମାନ ଉପରେ ଜୋର ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ପଞ୍ଚାୟତଗୁଡ଼ିକ ଅଧିକ ପାଣ୍ଠି ଓ ଅଧିକ ଦାୟିତ୍ୱ ନେଇ ବିକାଶ ପାଇଁ ପ୍ରତିଯୋଗିତା କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ କରାଯାଇଥିବା ୧୦୦ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ, ୧୦୦ ପିଇବା ପାଣି ପ୍ରକଳ୍ପ ଓ ୧୦୦ କଂକ୍ରିଟ୍ ଧାନଖଳାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ସେ ରିମୋଟ୍ ଯୋଗେ ଏଗୁଡ଼ିକର ଉଦ୍‌ଘାଟନ କରିଥିଲେ। ଏହା ସହିତ ଭୂମିହୀନଙ୍କୁ ଘରଡ଼ିହ ପ୍ରଦାନ କରିବା ପାଇଁ ୫୦ ହଜାର ପଟା ବଣ୍ଟନ କାର୍ଯ୍ୟକ୍ରମ ଓ ଧାନ ସଂଗ୍ରହ ଅଞ୍ଚଳର ୫୦୦୦ ପଞ୍ଚାୟତକୁ ନିୟନ୍ତ୍ରିତ ବଜାର କମିଟିର ଲାଭାଂଶ ବାବଦ ୫୦ କୋଟି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।

ପଞ୍ଚାୟତ ଦିବସ ଅବସରରେ ପଞ୍ଚାୟତ ପ୍ରତିନିଧିଙ୍କ ପାରିତୋଷିକକୁ ୨୫ ପ୍ରତିଶତ ବଢ଼ାଇ ଦେଇଛନ୍ତି ସରକାର। କାର୍ଯ୍ୟକ୍ରମରେ ଉପସ୍ଥିତ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ ଏହି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story