ନୂଆ ଦଳ ଗଢିଲେ କମଲ ହାସନ

ନୂଆଦିଲ୍ଲୀ: ନୂଆ ଦଳ ଗଢିଲେ କମଲ ହାସନ।  ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ନୂଅା ଦଳ ଗଢ଼ିଲେ ତାମିଲ ସୁପରଷ୍ଟାର କମଲ ହାସନ।  ନୂଅା ଦଳର ନାଁ ରଖିଛନ୍ତି ମାକାଲ ନିଧି ମୈୟମ୍ । ୬୩ ବୟସ୍କ ଏହି ଲୋକପ୍ରିୟ ତାମିଲ ଅଭିନେତା ଅାଜି ନୂଅା ଦଳ ଗଢ଼ିବା ପୂର୍ବରୁ ରାମେଶ୍ୱରଙ୍କୁ ଦର୍ଶନ କରିବା ସହ ରାମନାଥପୁରମ୍‌ରେ ଏକ ସାଧାରଣ ସଭାକୁ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ପରେ ସେ ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ […]

accidentjharsuguda

accidentjharsuguda

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 10:51 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ଦଳ ଗଢିଲେ କମଲ ହାସନ।  ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ନୂଅା ଦଳ ଗଢ଼ିଲେ ତାମିଲ ସୁପରଷ୍ଟାର କମଲ ହାସନ।  ନୂଅା ଦଳର ନାଁ ରଖିଛନ୍ତି ମାକାଲ ନିଧି ମୈୟମ୍ । ୬୩ ବୟସ୍କ ଏହି ଲୋକପ୍ରିୟ ତାମିଲ ଅଭିନେତା ଅାଜି ନୂଅା ଦଳ ଗଢ଼ିବା ପୂର୍ବରୁ ରାମେଶ୍ୱରଙ୍କୁ ଦର୍ଶନ କରିବା ସହ ରାମନାଥପୁରମ୍‌ରେ ଏକ ସାଧାରଣ ସଭାକୁ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ପରେ ସେ ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଘରକୁ ଯାଇଥିଲେ।  ମୁଦୁରାଇରେ ଦଳ ନାଁ ଘୋଷଣା ଅବସରରେ ସେ ପାର୍ଟି ପତାକା ମଧ୍ୟ ଉଡ଼ାଇଥିଲେ।  କମଲ ହାସନଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଅାମ୍ ଅାଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି।  ତାମିଲନାଡୁରେ  ରାଜନୈତିକ ସ୍ଥାଣୁତା ଦେଖାଦେଇଥିବା ସେ ଅଭିଯୋଗ କରି ଆସୁଛନ୍ତି।  ଏଥିପାଇଁ ଜନସାଧାରଣ ଏବେ ଚ୍ୟାଲେଞ୍ଜ କରିବାର ସମୟ ଆସିଛି ବୋଲି ସେ ଆହ୍ୱାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos