ଅନ୍ଧାରରେ ହାଇଟେକ୍‌ ମେଡିକାଲ କଲେଜର ୧୦୦ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଭୁବନେଶ୍ୱର: ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ୨୦୧୫-୧୬ ଆଡ୍‌ମିଶନକୁ ସୁପ୍ରିମ୍‌କୋର୍ଟ ରଦ୍ଦ କରିବା ପରେ ୧୦୦ ଏମ୍‌ବିବିଏସ୍‌ ସିଟ୍‌ରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଗୋଟିଏ ବର୍ଷ ମେଡିକାଲ ପଢିଥିବା ଛାତ୍ରଛାତ୍ରୀ ଆଗକୁ କ’ଣ କରିବେ ତାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି। କଳାହାଣ୍ଡି ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ପରେ ରାଉରକେଲା ହାଇଟେକ୍‌ କଲେଜର ନାଁ ଲେଖା ବିବାଦ ତେଜିବାରେ ଲାଗିଛି। ବେଆଇନ୍‌ ଭାବେ ଆଡ୍‌ମିଶନ କରାଇବା କର୍ତ୍ତୃପକ୍ଷଙ୍କୁ […]

high-tech-medical-collage

high-tech-medical-collage

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 10:14 PM IST

Sports

Latest News

high-tech-medical-collageଭୁବନେଶ୍ୱର: ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ୨୦୧୫-୧୬ ଆଡ୍‌ମିଶନକୁ ସୁପ୍ରିମ୍‌କୋର୍ଟ ରଦ୍ଦ କରିବା ପରେ ୧୦୦ ଏମ୍‌ବିବିଏସ୍‌ ସିଟ୍‌ରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଗୋଟିଏ ବର୍ଷ ମେଡିକାଲ ପଢିଥିବା ଛାତ୍ରଛାତ୍ରୀ ଆଗକୁ କ’ଣ କରିବେ ତାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି।

କଳାହାଣ୍ଡି ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ପରେ ରାଉରକେଲା ହାଇଟେକ୍‌ କଲେଜର ନାଁ ଲେଖା ବିବାଦ ତେଜିବାରେ ଲାଗିଛି। ବେଆଇନ୍‌ ଭାବେ ଆଡ୍‌ମିଶନ କରାଇବା କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡିଛି। ଏମ୍‌ବିବିଏସ୍‌ର ଦୁଇଟି ସେମିଷ୍ଟାର ପରୀକ୍ଷା ଦେଇ ସାରିଥିବା ଏହି ଛାତ୍ରଛାତ୍ରୀ କ’ଣ କରିବେ ତାକୁ ନେଇ ଏବେ ଅଭିଭାବକଙ୍କୁ ଚିନ୍ତା ଘାରିଛି।

ଜଣେ ଛାତ୍ରୀ ସ୍ନିଗ୍ଧା ରଥ କହିଛନ୍ତି,“ମେଡିକାଲ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଓ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଆମେ ପ୍ରଶ୍ନ କରୁଛି ଆମର ଭୁଲ କ’ଣ ? ଯେତେବେଳେ ଆମେ ଆଡ୍‌ମିଶନ କରିବାକୁ ଆସିଥିଲୁ ସେତେବେଳେ କ’ଣ ପାଇଁ ପଦକ୍ଷେପ ନେଲେନି? ସେହି ସମୟରେ ଆମକୁ ବେଆଇନ ଭାବେ ଆଡମିଶନ କରାଯାଉଥିବା କହିବାର ଥିଲା। ଏହା ନ କରି ଏକ ବର୍ଷ ପରେ ଏପରି କରି ଆମ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆଯାଇଛି।”

ଅନ୍ୟ ଜଣେ ଛାତ୍ର ଶକ୍ତି ସ୍ୱରୂପ ମିଶ୍ର କହିଛନ୍ତି,“ରାଜ୍ୟରେ ଏବେ ଡାକ୍ତରଙ୍କର ଅଭାବ ରହିଛି। ଏହି କଲେଜର ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌କୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଆମେ ସେମାନଙ୍କୁ ପ୍ରଶ୍ନ କରୁଛି କି ଆମର କ’ଣ ଭୁଲ ହୋଇଛି ତାହା ଦର୍ଶାଅ। ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନ ଖେଳି ଆମକୁ ନ୍ୟାୟ ପ୍ରଦାନ କରାଯାଉ।”

କଲେଜରେ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦର୍ଶାଇ ୨୦୧୫-୧୬ ଶିକ୍ଷାବର୍ଷରେ ହାଇଟେକ୍‌ ମେଡିକାଲ କଲେଜରେ ନାମଲେଖା ଉପରେ କଟକଣା ଲାଗାଇଥିଲା ଏମ୍‌ସିଆଇ। ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନାମ ଲେଖା ପାଇଁ ହାଇଟେକ୍‌ଙ୍କୁ ଅନୁମତି ଦେଇଥିଲେ। ତେବେ ହାଇଟେକ୍ କଲେଜ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଏଆଇପିଏମ୍‌ଟି କୃତକାର୍ଯ୍ୟ ପିଲାଙ୍କ ବଦଳରେ ନିଜେ ପରୀକ୍ଷା କରି ଆଡମିଶନ କରାଇଥିଲେ। ଓଡ଼ିଶା ପ୍ରଫେସନାଲ ଏଜୁକେଶନ ଆକ୍ଟ ୨୦୦୭ ଅନୁସାରେ ଏହା ବେଆଇନ ହୋଇଥିବାରୁ ରାଜ୍ୟ ସରକାର ଓ ଏମ୍‌ସିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଚୂଡାନ୍ତ ରାୟକୁ କଲେଜ କର୍ତ୍ତୃପକ୍ଷ କିମ୍ବା ଛାତ୍ରଛାତ୍ରୀ ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି କହିଥିଲେ।

ରାଉରକେଲା ହାଇଟେକ୍‌ ମେଡିକାଲ କଲେଜ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ କହିଛନ୍ତି,“ଆମେ ଏନେଇ ରିଭ୍ୟୁକୁ ଯାଉଛୁ। ରିଭ୍ୟୁ ପରେ ଆମେ ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହେବୁ। ପିଲାଙ୍କୁ ନ୍ୟାୟ ଦେବାକୁ ଆମେ ପଛଘୁଞ୍ଚା ଦେବୁ ନାହିଁ। ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଆମେ ଅନୁରୋଧ କରୁଛୁ।”

ଶିକ୍ଷାବିତ କମଳା ପ୍ରସାଦ ମହାପାତ୍ର କହିଛନ୍ତି,“ଏକ୍ଷେତ୍ରରେ ସରକାର ୨ଟି ଜିନିଷ କରିପାରିବେ। ପ୍ରଥମେ ହାଇଟେକ୍‌ ଗ୍ରୁଫ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ବେଆଇନ୍‌ ଘୋଷଣା କରନ୍ତୁ। ଦ୍ୱିତୀୟରେ ଏହାକୁ ବାଜ୍ୟାପ୍ତି କରନ୍ତୁ। ଅଗ୍ରାଧିକାର ଭିତ୍ତିରେ ଛାତ୍ରଛାତ୍ରୀଙ୍କୁ ପ୍ରାଧାନ୍ୟ ଦେଇ ସେମାନଙ୍କ ଥଇଥାନ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story