ରାଜ୍ୟ ବଜେଟ ପାଇଁ ଆସନ୍ତାକାଲି ଅର୍ଥ ବିଭାଗର ଆଲୋଚନା

ଭୁବନେଶ୍ୱର: ରାଜ୍ୟ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥ ବିଭାଗ ପକ୍ଷରୁ ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ, ଶିଳ୍ପଦ୍ୟୋଗୀ ଓ ପୁଞ୍ଜିପତିଙ୍କ ସହ  ଆଲୋଚନା କରାଯିବ। ଏଥର ବଜେଟ୍‌ ପରିମାଣ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହୋଇପାରେ। ୨୦୧୭-୧୮ ବର୍ଷରେ ସପ୍ତମ ବେତନ କମିଶନ ଲାଗୁ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କୁ ଅଧିକ ୫୦୦୦ କୋଟି ଖର୍ଚ୍ଚ କରିବାକୁ ପଡ଼ିବ। ଏହାଛଡ଼ା ବଜେଟରେ ସାମାଜିକ କ୍ଷେତ୍ର, ଗ୍ରାମୀଣ ଭିତ୍ତିଭୂମୀ, କୃଷି, ଜଳସେଚନ, ଶିକ୍ଷା […]

odisha-assembly-5

odisha-assembly-5

Rakesh Mallick
  • Published: Monday, 23 January 2017
  • Updated: 24 January 2017, 08:00 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥ ବିଭାଗ ପକ୍ଷରୁ ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ, ଶିଳ୍ପଦ୍ୟୋଗୀ ଓ ପୁଞ୍ଜିପତିଙ୍କ ସହ  ଆଲୋଚନା କରାଯିବ। ଏଥର ବଜେଟ୍‌ ପରିମାଣ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହୋଇପାରେ।

୨୦୧୭-୧୮ ବର୍ଷରେ ସପ୍ତମ ବେତନ କମିଶନ ଲାଗୁ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କୁ ଅଧିକ ୫୦୦୦ କୋଟି ଖର୍ଚ୍ଚ କରିବାକୁ ପଡ଼ିବ। ଏହାଛଡ଼ା ବଜେଟରେ ସାମାଜିକ କ୍ଷେତ୍ର, ଗ୍ରାମୀଣ ଭିତ୍ତିଭୂମୀ, କୃଷି, ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇପାରନ୍ତି ରାଜ୍ୟ ସରକାର। ବିମୁଦ୍ରାକରଣ ପରେ ଏଥର ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ବଜେଟର ରୁପରେଖ ନେଇ ସରକାର ଜନସାଧାରଣଙ୍କ ମତାମତ ମଧ୍ୟ ନେଇଛନ୍ତି। ଅନଲାଇନରେ ୭୯୪, ହ୍ୱାଟ୍ସଆପରେ  ୬୯୧ ଓ ଟେଲିଗ୍ରାମ ମାଧ୍ୟମରେ  ୯ ଜଣ ସେମାନଙ୍କ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos