ବାରିପଦା: ବାପାଙ୍କୁ ଅପହରଣ କରାଇଲା ପୁଅ!

ବାରିପଦା: ଟଙ୍କା ପାଇଁ ଲୋକେ ଏତେ ତଳକୁ ଖସିଯିବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାରିପଦାରେ। ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ବାପାକୁ ଅପହରଣ କରିବାକୁ ପଛାଇନାହିଁ। ଏପରି ଅଭିଯୋଗ ଆସିଛି ବେତନଟୀ ଥାନା ଅଞ୍ଚଳରୁ। ବେତନଟୀ ପୋଲିସ୍‌ ଅବସରପ୍ରାପ୍ତ ଶିକ୍ଷକ ଭାଗବତ ଚନ୍ଦ୍ର ବେହେରାଙ୍କୁ ଅପହରଣ କରିବା ଅଭିଯୋଗରେ ତାଙ୍କ ପୁଅ ଅବନୀ ବେହେରା ଏବଂ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ସହଯୋଗୀ ହେଲେ ଅଜୟ ଓ ହିମାଂଶୁ। ପୋଲିସ୍‌ ସେମାନଙ୍କ ପାଖରୁ ୪ଟି ମୋବାଇଲ, ୪ଟି ଡେବିଟ୍‌ […]

baripada

baripada

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 09:56 PM IST

Sports

Latest News

ବାରିପଦା: ଟଙ୍କା ପାଇଁ ଲୋକେ ଏତେ ତଳକୁ ଖସିଯିବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାରିପଦାରେ। ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ବାପାକୁ ଅପହରଣ କରିବାକୁ ପଛାଇନାହିଁ। ଏପରି ଅଭିଯୋଗ ଆସିଛି ବେତନଟୀ ଥାନା ଅଞ୍ଚଳରୁ। ବେତନଟୀ ପୋଲିସ୍‌ ଅବସରପ୍ରାପ୍ତ ଶିକ୍ଷକ ଭାଗବତ ଚନ୍ଦ୍ର ବେହେରାଙ୍କୁ ଅପହରଣ କରିବା ଅଭିଯୋଗରେ ତାଙ୍କ ପୁଅ ଅବନୀ ବେହେରା ଏବଂ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ସହଯୋଗୀ ହେଲେ ଅଜୟ ଓ ହିମାଂଶୁ। ପୋଲିସ୍‌ ସେମାନଙ୍କ ପାଖରୁ ୪ଟି ମୋବାଇଲ, ୪ଟି ଡେବିଟ୍‌ କାର୍ଡ଼, ଚେକ୍‌ବୁକ୍‌ ଓ କିଛି ନଗଦ ଟଙ୍କା ଜବତ କରିଛି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଟଙ୍ଗାଧୂଆଁ ଗାଁର ଅବସରପ୍ରାପ୍ତ ଶିକ୍ଷକ ଭାଗବତ ଚନ୍ଦ୍ର ବେହେରା ବାରିପଦାରୁ ଘରକୁ ଆସୁଥିଲେ। ଏହି ସମୟରେ ଅଜୟ ଓ ହିମାଂଶୁ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ରଖିଥିଲେ। ଏପରିକି ତାଙ୍କ ଡେବିଟ୍‌ କାର୍ଡ଼ ମାଧ୍ୟମରେ ୮୦ ହଜାର ଟଙ୍କା ଉଠାଇ ନେଇଥିଲେ।

ଅନ୍ୟପକ୍ଷରେ ଅପହରଣ ଯୋଜନାର ମୁଖ୍ୟ ନାୟକ ଅବନୀ ତାଙ୍କ ବାପାଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ। ଏପରିକି ବାପାଙ୍କ ମୁକ୍ତି ପାଇଁ ୧୦ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲା ବୋଲି ପୋଲିସ୍‌କୁ କହିଥିଲେ। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଚଳାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ଦୁଇ ଅଭିଯୁକ୍ତ ଚେକ୍‌ ଭଙ୍ଗାଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ବେଳେ ସେମାନେ ଅବନୀ ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ବାପାଙ୍କ ଟଙ୍କା ହଡ୍‌ପ ପାଇଁ ଅବନୀ ଏପରି ଷଡଯନ୍ତ୍ର କରିଥିଲା ବୋଲି ଅଭିଯୋଗ ହୋଇଛି।

ବେତନଟୀ ଥାନା ଆଇଆଇସି ମିନତୀ ବିଶ୍ୱାଳ କହିଛନ୍ତି,“ଭାଗବତ ତାଙ୍କ ୩ ଝିଅଙ୍କୁ ଟଙ୍କା ଦେଉଥିବା ବେଳେ ପୁଅ ଅବନୀକୁ ଦେଉନଥିଲେ। ତେବେ ଟଙ୍କା ପାଇବା ପାଇଁ ସେ ବାପାଙ୍କୁ ଅପହରଣ କରାଇଥିଲା।”

ଭାଗବତ ଚନ୍ଦ୍ର ବେହେରା କହିଛନ୍ତି,“ମୋ ପୁଅ ଏମିତି କରିଥିବ ଶୁଣି ଭାରି ଦୁଃଖ ଲାଗୁଛି। ବିଶ୍ୱାସ କରିପାରୁନି ଜଣେ ପୁଅ ତା ବାପ ବିରୋଧରେ ଏମିତି କାମ କରିଥିବ।”

ଅବନୀ କହିଛନ୍ତି,“ଅଜୟ ଓ ହିମାଂଶୁଙ୍କର ପଇସା ପାଇବାର ଥିଲା। ସେମାନେ ମୋ ସହିତ ଯୋଗାଯୋଗ କରିଥିଲେ। ମୁଁ ସେମାନଙ୍କୁ କହିଥିଲି ବାପା ଯାଉଛନ୍ତି ତାଙ୍କ ପାଖରୁ ପଇସା ନେଇଯିବ। ପରେ ସେମାନେ ମୋତେ ଫୋନ୍‌ କରି କହିଲେ ତୁମ ବାପାଙ୍କୁ ଅଟକାଇଛୁ ପଇସା ଦେଲେ ଛାଡ଼ିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos