ବିଧାନସଭା ପ୍ରୋଟୋକଲ୍ ସବ୍ କମିଟି ନିକଟରେ ହାଜର ହେଲେ ବଲାଙ୍ଗିର ଜିଲ୍ଲାପାଳ

ଭୁବନେଶ୍ୱର: ବିଧାନସଭା ପ୍ରୋଟୋକଲ୍ ସବ୍ କମିଟିରେ ବୁଧବାର ହାଜର ହୋଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଏମ୍. ମୁଥୁକୁମାର। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ ଆଧାରରେ ସେ ଆଜି ହାଜର ହୋଇଥିଲେ।

ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ତାଙ୍କୁ ୫୦ରୁ ଅଧିକ ଚିଠି ଦେଇଥିଲେ ମଧ୍ୟ ତା’ର ଉତ୍ତର ସେ ନ ରଖି ବୁକ୍ ସକୁର୍ଲାର୍ ୪୭ର ଉଲଂଘନ କରିଛି ବୋଲି ଅଭିଯୋଗ ହୋଇଥିଲା। ପ୍ରୋଟୋକଲ୍ ସବ୍ କମିଟି ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି, ଜିଲ୍ଲାପାଳ ତ୍ରୁଟି କରିଛନ୍ତି। ତାଙ୍କୁ ମଗାଯାଇଥିବା ତଥ୍ୟ ମଧ୍ୟ କମିଟି ଆଗରେ ସେ ଉପସ୍ଥାପନ କରିନାହାନ୍ତି। ଶୁଣାଣି ପାଇଁ ସେ ଆଉଥରେ କମିଟଇ ପାଖରେ ହାଜିର ହେବ। ସେପଟେ ଜିଲ୍ଲାପାଳ କହିଛନ୍ତି, ତାଙ୍କ ଅଫିସ ପକ୍ଷରୁ ବିରୋଧୀ ଦଳ ନେତାଙ୍କ ଚିଠିର ପ୍ରାପ୍ତି ସ୍ୱୀକୃତି ଦିଆଯାଇଛି। ତେବେ ବୁକ୍ ସକୁର୍ଲାର୍-୪୭ର ଉଲ୍ଲଂଘନ କରି ନ ଥିବା ଜିଲ୍ଲାପାଳ ମୁଥୁକୁମାର କହିଛନ୍ତି।