କଟକ:ବାଙ୍କୀ ବ୍ରହ୍ମପୁରା ଅଞ୍ଚଳରେ  ଝାଡାବାନ୍ତି, ୫୦ରୁ ଊର୍ଦ୍ଧ୍ୱ ଲୋକ ମେଡିକାଲରେ ଭର୍ତ୍ତି

କଟକ: କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବ୍ରହ୍ମପୁରା ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଯାଇଛି। ଗତ ୧୦ ଦିନ ଭିତରେ ପ୍ରାୟ ୫୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ ଅଧିକାଂଶ ଲୋକ ପାନୀୟ ଜଳ ପାଇଁ ଏବେ କୂଅ କିମ୍ୱା ପାଟ ଉପରେ ନିର୍ଭର କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବାଙ୍କୀ ଏସଡିଏମ୍ଓ କହିଛନ୍ତି। ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଲୋଜେନ୍ ଟାବଲେଟ୍ ଏବଂ […]

cuttack

cuttack

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 05:19 AM IST

Sports

Latest News

କଟକ: କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବ୍ରହ୍ମପୁରା ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଯାଇଛି। ଗତ ୧୦ ଦିନ ଭିତରେ ପ୍ରାୟ ୫୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ ଅଧିକାଂଶ ଲୋକ ପାନୀୟ ଜଳ ପାଇଁ ଏବେ କୂଅ କିମ୍ୱା ପାଟ ଉପରେ ନିର୍ଭର କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବାଙ୍କୀ ଏସଡିଏମ୍ଓ କହିଛନ୍ତି। ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଲୋଜେନ୍ ଟାବଲେଟ୍ ଏବଂ ଓଆରଏସ୍ ଆଦି ବଣ୍ଟନ କରାଯାଇଛି। ସେପଟେ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଉପଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos