ସଂସଦ ଭବନରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପୂର୍ବତନ ମନ୍ତ୍ରୀ ଅହମ୍ମଦ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପୂର୍ବତନ ମନ୍ତ୍ରୀ ତଥା ଲୋକସଭା ସଦସ୍ୟ ଇ ଅହମ୍ମଦ। ହଠାତ୍‌ ସେ ସଜ୍ଞାହୀନ ହୋଇପଡ଼ିବାରୁ ତୁରନ୍ତ ତାଙ୍କୁ ସଂସଦ ଭବନ ପରିସରରୁ ହସ୍ପିଟାଲ ନିଆଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ମନମୋହନ ସିଂଙ୍କ ସରକାର ସମୟରେ ବରିଷ୍ଠ କଂଗ୍ରେସ ନେତା ଇ ଅହମ୍ମଦ ମନ୍ତ୍ରୀ ଥିଲେ।