ହ୍ୱିଲ ଚେୟାରରେ ଆସି ଭୋଟ ଦେଲେ ମନମୋହନ ସିଂହ

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ, ସେଥିପାଇଁ ଆଜି ଦିନ ୧୦ଟାରୁ ଆରମ୍ଭ ହୋଇଛି ଭୋଟିଂ। ଗୋଟିଏ ପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ଅନ୍ୟପଟେ ରହିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ସଂସଦ ଓ ସବୁ ରାଜ୍ୟର ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଅନୁଷ୍ଠିତ ହେଉଛି। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ସାଂସଦମାନେ ସିକ୍ରେଟ ବାଲଟ ଜରିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେମାନଙ୍କ ମତାଧିକାର […]

singh

singh

Hemant Lenka
  • Published: Monday, 18 July 2022
  • Updated: 18 July 2022, 12:43 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ, ସେଥିପାଇଁ ଆଜି ଦିନ ୧୦ଟାରୁ ଆରମ୍ଭ ହୋଇଛି ଭୋଟିଂ। ଗୋଟିଏ ପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ଅନ୍ୟପଟେ ରହିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା। ସଂସଦ ଓ ସବୁ ରାଜ୍ୟର ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଅନୁଷ୍ଠିତ ହେଉଛି।

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ସାଂସଦମାନେ ସିକ୍ରେଟ ବାଲଟ ଜରିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ବିଧାନସଭାରେ ଭୋଟ ଦେଉଛନ୍ତି। ସନ୍ଧ୍ୟା ୫ଟା ଯାଏ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେବ।

ଏହିକ୍ରମରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଂସଦ ଭବନକୁ ଆସି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ତେବେ ସେ ହ୍ୱିଲ ଚେୟାରରେ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ୮୯ ବର୍ଷୀୟ ଶ୍ରୀ ସିଂହ ହ୍ୱିଲ ଚେୟାରରେ ଆସିବା ପରେ ଆବଶ୍ୟକ ପରିଚୟପତ୍ର ଦେଖାଇଥିଲେ। ଏହାପରେ ସେ ଭୋଟ ଦେଇଛନ୍ତି।

ସେ ନିଜର ବାଲଟ ପେପର ଏକାକୀ ବକ୍ସ ମଧ୍ୟରେ ପକାଇ ପାରି ନଥିଲେ। ତାଙ୍କୁ ପେପର ପକାଇବା ପାଇଁ ୫ ଜଣ ଅଧିକାରୀ ସହାୟତା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବୟସଜିନତ ରୋଗ କାରଣରୁ ମନମୋହନ ସିଂହ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଛନ୍ତି। ତଥାପି ସେ ଆଜି ଜଣେ ରାଜ୍ୟସଭା ସଦସ୍ୟ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ପୂର୍ବାପେକ୍ଷା ଶ୍ରୀ ସିଂହ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଆଜି ଦେଖିବାକୁ ମିଳିଛି।

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲାଭାରି ରହିଛି। ବିଜେଡି ଠାରୁ ଆରମ୍ଭ କରି ଏନଡିଏରେ ନଥିବା ଜେଜେଏମ, ୱାଇଏସ୍‌ଆର କଂଗ୍ରେସ, ବିଏସପି, ଶିବସେନା ଓ ଜେଡିଏସ ଭଳି ଦଳ ଶ୍ରୀମତୀ ମୁର୍ମୁଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି। ଏହି ଆଞ୍ଚଳିକ ଦଳଗୁଡ଼ିକ ସମର୍ଥନ ଘୋଷଣା କରିଥିବାରୁ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୬୦%ରୁ ଅଧିକ ଭୋଟ୍‌ ପଡ଼ିବ ବୋଲି ଆଶା କରାଯାଉଛି।


ଅନ୍ୟପକ୍ଷରେ ଶ୍ରୀ ସିହ୍ନା ସମସ୍ତଙ୍କୁ ଆଜି ଆଉ ଥରେ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ଗଣତନ୍ତ୍ର ସୁରକ୍ଷା ପାଇଁ ବିଧାୟକ ଓ ସାଂସଦମାନେ ତାଙ୍କୁ ଭୋଟ ଦିଅନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos