ଗଙ୍ଗାରେ ଡଙ୍ଗା ବୁଡ଼ି, ୨୧ ମୃତ

ପାଟନା: ବିହାର ରାଜଧାନୀ ପାଟନା ନିକଟସ୍ଥ ଗଙ୍ଗାରେ ଆଜି ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ନିଖୋଜ ଥିବା ବେଳେ ୮ ଜଣଙ୍କୁ ଉଦ୍ଧାର କରାଯାଇ ପାଟନା ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ମକର ସଂକ୍ରାନ୍ତି ଅବସରରେ ଗଙ୍ଗା ଉପକୂଳରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ହୋଇଥିଲା। ଏଥିରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ଗୁଡ଼ି ଉଡା ପ୍ରତିଯୋଗିତା ପରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡଙ୍ଗାରେ ଫେରୁଥିବା ବେଳେ ଘାଟଠାରୁ ଅଳ୍ପ ଦୂରରେ ବୁଡ଼ି ଯାଇଥିଲେ। […]

patna accident

patna accident

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 11:04 PM IST

Sports

Latest News

ପାଟନା: ବିହାର ରାଜଧାନୀ ପାଟନା ନିକଟସ୍ଥ ଗଙ୍ଗାରେ ଆଜି ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ନିଖୋଜ ଥିବା ବେଳେ ୮ ଜଣଙ୍କୁ ଉଦ୍ଧାର କରାଯାଇ ପାଟନା ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।

ମକର ସଂକ୍ରାନ୍ତି ଅବସରରେ ଗଙ୍ଗା ଉପକୂଳରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ହୋଇଥିଲା। ଏଥିରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ଗୁଡ଼ି ଉଡା ପ୍ରତିଯୋଗିତା ପରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡଙ୍ଗାରେ ଫେରୁଥିବା ବେଳେ ଘାଟଠାରୁ ଅଳ୍ପ ଦୂରରେ ବୁଡ଼ି ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୮ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୨୧ଟି ମରଶରୀର ଉଦ୍ଧାର କରାଯାଇଥିଲା। ଅନେକଙ୍କ ପତ୍ତା ମିଳୁନି। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos