ପରିତ୍ୟକ୍ତ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଇଡ଼ା(ଓଡ଼ିଶା ରିପୋର୍ଟର):ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଚଣ୍ଡୀଶର୍ମା ହାଟିଙ୍ଗରେ ଥିବା ଏକ ପରିତ୍ୟକ୍ତ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାଉଲେଶ ମୁଣ୍ଡା। ତାଙ୍କ ଘର ଦେବଗଡ଼ ଜିଲ୍ଲାରେ ବୋଲି ଜଣାଯାଇଛି। ପାଉଲେଶ କିଛିଦିନ ହେବ ଚଣ୍ଡୀଶର୍ମା ହାଟିଙ୍ଗରେ ନିଜ ପରିବାର ସହିତ ରହି ଆସୁଥିଲେ। ଆଜି ସକାଳେ  ହାଟିଙ୍ଗରେ ଥିବା ଏକ ପରିତ୍ୟକ୍ତ ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାଉଲେଶ ଓ […]

kodia

kodia

Tapaswini Nayak
  • Published: Wednesday, 27 July 2022
  • Updated: 27 July 2022, 10:35 AM IST

Sports

Latest News

କୋଇଡ଼ା(ଓଡ଼ିଶା ରିପୋର୍ଟର):ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଚଣ୍ଡୀଶର୍ମା ହାଟିଙ୍ଗରେ ଥିବା ଏକ ପରିତ୍ୟକ୍ତ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାଉଲେଶ ମୁଣ୍ଡା। ତାଙ୍କ ଘର ଦେବଗଡ଼ ଜିଲ୍ଲାରେ ବୋଲି ଜଣାଯାଇଛି।

ପାଉଲେଶ କିଛିଦିନ ହେବ ଚଣ୍ଡୀଶର୍ମା ହାଟିଙ୍ଗରେ ନିଜ ପରିବାର ସହିତ ରହି ଆସୁଥିଲେ। ଆଜି ସକାଳେ  ହାଟିଙ୍ଗରେ ଥିବା ଏକ ପରିତ୍ୟକ୍ତ ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପାଉଲେଶ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କିଛି ଦିନ ହେବ କଳି ଲାଗି ରହୁଥିଲା। ପାରିବାରିକ କଳହଯୋଗୁ ପାଉଲେଶ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରଯାଉଛି।  ପାଉଲେଶଙ୍କୁ ହତ୍ୟା କାରାଯାଇଛି ନା ଆତ୍ମହତ୍ୟା କରିଛନ୍ତି  ତାହା ଅସଷ୍ଟ ରହିଛି।

ପୁଲିସ ମୃତଦେହକୁ ଉଦ୍ଧାର  କରି ଘଟଣାର ତଦନ୍ତ କରୁଛି।  ପାଉଲେଶଙ୍କର ୪ଟି ସନ୍ତାନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos