ଆଇସିସି ବିଶ୍ୱକପ୍ ୨୦୧୯: ରନ୍ ତ ବର୍ଷିଛି, କିନ୍ତୁ ଆଶାଠାରୁ କମ୍

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଏପର୍ଯ୍ୟନ୍ତ ସେତେ ବଡ଼ ସ୍କୋର ଦେଖିବାକୁ ମିଳିନାହିଁ, ଯାହା ପୂର୍ବରୁ ଅନୁମାନ କରାଯାଉଥିଲା। ଇଂଲଣ୍ଡର ପରିବେଶ, ଏଠାକାର ପବନ ଏବଂ ବର୍ଷାରେ ମ୍ୟାଚ୍ ଧୋଇ ହୋଇଯିବା ଯୋଗୁ ଚଳିତ ବିଶ୍ୱକପରେ ରନ୍ ଗତ ସଂସ୍କରଣ ତୁଳନାରେ ୧୫୫୫ ରନ୍ ପଛରେ ଅଛି। ଏହି ବିଶ୍ୱକପରେ ଏବେ ଦୁଇଟି ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ବାକି ଅଛି। ବିଶ୍ୱକପ୍ ୬ଟି ସଂସ୍କରଣର ରେକର୍ଡ ବିଶ୍ୱକପ୍    ମ୍ୟାଚ୍      ରନ୍  […]

rr and dw

rr and dw

Hemant Lenka
  • Published: Monday, 08 July 2019
  • Updated: 08 July 2019, 07:17 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଏପର୍ଯ୍ୟନ୍ତ ସେତେ ବଡ଼ ସ୍କୋର ଦେଖିବାକୁ ମିଳିନାହିଁ, ଯାହା ପୂର୍ବରୁ ଅନୁମାନ କରାଯାଉଥିଲା। ଇଂଲଣ୍ଡର ପରିବେଶ, ଏଠାକାର ପବନ ଏବଂ ବର୍ଷାରେ ମ୍ୟାଚ୍ ଧୋଇ ହୋଇଯିବା ଯୋଗୁ ଚଳିତ ବିଶ୍ୱକପରେ ରନ୍ ଗତ ସଂସ୍କରଣ ତୁଳନାରେ ୧୫୫୫ ରନ୍ ପଛରେ ଅଛି। ଏହି ବିଶ୍ୱକପରେ ଏବେ ଦୁଇଟି ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ବାକି ଅଛି।

ବିଶ୍ୱକପ୍ ୬ଟି ସଂସ୍କରଣର ରେକର୍ଡ
ବିଶ୍ୱକପ୍    ମ୍ୟାଚ୍      ରନ୍         ୱିକେଟ୍    ୩୦୦+    ଶତକ
୧୯୯୨    ୪୨     ୧୬୭୧୯   ୫୭୯      ୩          ୧୧
୨୦୦୩    ୫୪     ୨୦୪୪୧   ୭୩୪      ୯          ୨୧
୨୦୦୭    ୫୧     ୨୧୩୩୩   ୭୨୨    ୧୬         ୨୦
୨୦୧୧    ୪୯     ୨୧୩୩୩   ୭୩୧    ୧୭         ୨୪
୨୦୧୫    ୪୮     ୨୨୧୧୨   ୭୧୭    ୨୬         ୩୬
୨୦୧୯    ୪୧     ୨୦୫୫୭   ୬୬୦    ୨୭        ୨୯

ବଡ଼ ସ୍କୋରର ଆବଶ୍ୟକତା: ଗତ ବିଶ୍ୱକପର ରେକର୍ଡ ଭାଙ୍ଗିବା ପାଇଁ ଏବେ ପ୍ରତି ମ୍ୟାଚରେ ପାଖାପାଖି ୫୧୯ ରନ୍ ହେବା ଦରକାର। ଗତ ବିଶ୍ୱକପରେ ୪୮ ମ୍ୟାଚରେ ୨୨,୧୧୨ ରନ୍ ହୋଇଥିଲା। ଏଥର ଲିଗ୍ ପର୍ଯ୍ୟାୟରେ ୪୧ ମ୍ୟାଚରେ ୨୦,୫୫୭ ରନ୍ ହୋଇଛି।

ଶତକରେ ମଧ୍ୟ ପଛୁଆ: ଚଳିତ ଟୁର୍ଣ୍ଣାମେଣ୍ଟରେ ହୋଇଥିବା ଶତକ ଗତ ବିଶ୍ୱକପର ରେକର୍ଡ ଭାଙ୍ଗିପାରିବ ନାହିଁ । ଗତ ବିଶ୍ୱକପରେ ରେକର୍ଡ ୩୬ ଶତକ ହୋଇଥିଲା। ଏଥର ଲିଗ୍ ପର୍ଯ୍ୟାୟରେ ୨୯ ଶତକ ମରାଯାଇଛି। ପରବର୍ତ୍ତୀ ତିନୋଟି ମ୍ୟାଚରେ ଯଦି ୭-୮ ଶତକ ମରାଯାଏ, ତାହେଲେ ରେକର୍ଡ ହୋଇପାରିବ, କିନ୍ତୁ ଏହା ଅସମ୍ଭବ ଲାଗୁଛି। ଏଥର ବିଭିନ୍ନ ଟିମ୍ ୨୭ଥର ୩୦୦ରୁ ଅଧିକ ରନ୍ କରିଛନ୍ତି। ଏଥିରେ ୮ ମ୍ୟାଚରେ ଦୁଇଟି ଯାକ ଟିମ୍ ୩୦୦ ରନ୍ ଅତିକ୍ରମ କରିଛନ୍ତି।

ବିଶେଷଜ୍ଞଙ୍କ ଅନୁମାନ ଭୁଲ୍ ପ୍ରମାଣିତ: ଏଥର କ୍ରିକେଟ୍ ପଣ୍ଡିତମାନେ ଅନୁମାନ କରିଥିଲେ ଯେ, ଇଂଲଣ୍ଡର ଫ୍ଲାଟ୍ ପିଚ୍ ଏବଂ ଗତ ଦେଢ଼ ବର୍ଷରେ ଖେଳାଳିଙ୍କ ଦମଦାର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଚଳିତ ବିଶ୍ୱକପ୍ ନୂଆ କୀର୍ତ୍ତିମାନ ସ୍ଥାପନ କରିବ। ଲାଗୁଥିଲା ଯେ ଏଥର ବିଶ୍ୱକପରେ ୨୩ହଜାର ରନ୍ ଅତିକ୍ରମ କରିବ। କିନ୍ତୁ ଏହି ଅନୁମାନ ଭୁଲ୍ ପ୍ରମାଣିତ ହୋଇଛି।

୨୦୧୫ରେ ହୋଇଥିଲା ଏକାଧିକ ରେକର୍ଡ: ଗତ ସଂସ୍କରଣରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପ୍ନର ଗ୍ୟାରୀ କିର୍ଷ୍ଟେନଙ୍କ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ୧୮୮ ରନର ରେକର୍ଡ ଭାଙ୍ଗିଥିଲେ। ଗେଲ୍ ଜିମ୍ବାୱେ ବିପକ୍ଷ ମ୍ୟାଚରେ ୨୧୫ ରନର ଇନିଂସ୍ କରିଥିଲେ। ତେବେ ଗେଲଙ୍କ ଏହି ରେକର୍ଡକୁ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ ଭାଙ୍ଗି ଦେଇଥିଲେ। ଗପ୍ଟିଲ୍ ୨୩୭ ରନର ଇନିଂସ୍ ଖେଳିଥିଲେ। ଏହି ବିଶ୍ୱକପରେ ଦୁଇଜଣ ବ୍ୟାଟ୍ସମ୍ୟାନ୍ ଦ୍ୱିଶତକ ମାରିଥିଲେ। କିନ୍ତୁ ଇଂଲଣ୍ଡରେ ଚାଲିଥିବା ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଦ୍ୱିଶତକ ମରାଯାଇନାହିଁ। ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ ସର୍ବାଧିକ ୧୬୬ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos