ତୃତୀୟ ଦିନିକିଆ: ଟସ୍ ଜିତି ଫିଲ୍ଡିଂ କରୁଛି ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍ ଜିଣି ଅଷ୍ଟ୍ରେଲିଆ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚରେ ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ ହୋଇଛି। ଅଶ୍ୱିନଙ୍କ ସ୍ଥାନରେ ଗୁରକିରତ ସିଂ ମାନ୍ ଏବଂ ମନୀଷ ପାଣ୍ଡେଙ୍କ ଜାଗାରେ ଋଷି ଧାୱାନ୍ ଖେଳୁଛନ୍ତି। ପୂର୍ବରୁ ଭାରତ ଦୁଇଟି ଯାକ ମ୍ୟାଚରେ ହାରିଯାଇଥିବା ବେଳେ ଏହି ମ୍ୟାଚ ଉଭୟ ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଭାରତ ବିପକ୍ଷରେ ପର୍ଥରେ ୫ୱିକେଟରେ ଓ ବ୍ରିସବେନରେ ୭ ୱିକେଟରେ ଜିତିବା ପରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ୩-୦ରେ ସିରିଜ ହାତେଇବା ପାଇଁ ଚେଷ୍ଟା କରିବ।

ସେପଟେ ଭାରତ ଆଗରେ ଆଜି କର ବା ମର ପରିସ୍ଥିତି। ଗତ ଦୁଇଟି ମ୍ୟାଚରେ ବ୍ୟାଟିଂ ଓ ଫିଲ୍ଡିଂରେ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲିଂ କ୍ଷେତ୍ରରେ ଆଶାନୁରୂପ ପ୍ରଦର୍ଶନ କରିପାରିନି। ତେଣୁ ଦଳ ଉପରେ ଚାପ ରହିବ।