ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜ୍‌ କ୍ଲିନ୍‌ସୁଇପ୍‌ କରିବା ପରେ ଭାରତ ଦିନିକିଆ ସିରିଜ୍‌ ଉପରେ ନଜର ରଖିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ୍‌ ଟେଷ୍ଟ ସିରିଜ୍‌ ହାରିବା ପରେ ବିଜୟଧାରାକୁ ଫେରିବା ପାଇଁ ଉଦ୍ୟମ କରିବ। ନ୍ୟୁଜିଲାଣ୍ଡର ଯୁବ ବାହିନୀ ଯେ କୌଣସି ସମୟରେ ବିପକ୍ଷକୁ ଚକ୍‌ମା ଦେଇପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ତେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ […]

ms-dhoni-kane-williamson

ms-dhoni-kane-williamson

Rakesh Mallick
  • Published: Saturday, 15 October 2016
  • Updated: 16 October 2016, 08:49 AM IST

Sports

Latest News

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜ୍‌ କ୍ଲିନ୍‌ସୁଇପ୍‌ କରିବା ପରେ ଭାରତ ଦିନିକିଆ ସିରିଜ୍‌ ଉପରେ ନଜର ରଖିଛି।

ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ୍‌ ଟେଷ୍ଟ ସିରିଜ୍‌ ହାରିବା ପରେ ବିଜୟଧାରାକୁ ଫେରିବା ପାଇଁ ଉଦ୍ୟମ କରିବ। ନ୍ୟୁଜିଲାଣ୍ଡର ଯୁବ ବାହିନୀ ଯେ କୌଣସି ସମୟରେ ବିପକ୍ଷକୁ ଚକ୍‌ମା ଦେଇପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ତେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନୂଆ ରଣନୀତିରେ ପଡ଼ିଆକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ପକ୍ଷରୁ ମହେନ୍ଦ୍ର ସିଂହ ଧୋନୀ, ବିରାଟ୍ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ମନିଷ ପାଣ୍ଡେ, ସୁରେଶ ରାଇନା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ଜୟନ୍ତ ଯାଦବ, ଅମିତ ମିଶ୍ରା, ଜସପ୍ରିତ୍‌ ବୁମ୍‌ରା, ଧୱନ୍‌ କୁଲକର୍ଣ୍ଣି, ଉମେଶ ଯାଦବ, ମନଦୀପ୍‌ ସିଂହ ଓ କେଦାର ଯାଦବ ଅଛନ୍ତି।

ସେହିପରି ନ୍ୟୁଜିଲାଣ୍ଡ ଟିମ୍‌ରେ କେନ୍‌ ୱିଲ୍‌ଅମ୍‌ସନ୍‌, କୋରେ ଆଣ୍ଡରସନ୍‌, ଟ୍ରେଣ୍ଟ ବୋଲ୍ଟ, ଡଗ୍‌ ବ୍ରେସ୍‌ୱେଲ, ଆଣ୍ଟୋନ ଦେଉମିଚ, ମାର୍ଟିନ୍‌ ଗୁପ୍ଟିଲ୍‌, ମ୍ୟାଟ୍‌ ହେନ୍‌ରି, ଟମ୍‌ ଲାଥାମ୍‌, ଜେମ୍ସ ନୀଶାମ, ଲ୍ୟୁକ୍‌ ରଞ୍ଚି, ମିଚଲ୍‌ ସାନ୍‌ଣ୍ଟନର, ଇଶ୍‌ ସୋଧି, ଟିମ୍‌ ସାଉଥି, ରସ୍‌ ଟେଲର ଓ ବିଜେ ୱାଟ୍‌ଲିଙ୍ଗ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos