ମହାମୁକାବିଲା: ଟସ୍‌ ଜିତିଲା ଭାରତ, ବ୍ୟାଟିଂ କରିବାକୁ ପାକିସ୍ତାନକୁ ଆମନ୍ତ୍ରଣ

ଭୁବନେଶ୍ୱର: ଇଂଲଣ୍ଡର ଓଭାଲରେ ଆଜି ଖେଳାଯାଉଛି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌। ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଛି ଏହି ମ୍ୟାଚ୍। ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ଅଧିନାୟକ ବିରାଟ କୋହଲି।

ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ପାକିସ୍ତାନ ଟିମ୍‌କୁ ଫେରିଛନ୍ତି ମହମ୍ମଦ ଆମୀର।

ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ଥରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇସାରିଛନ୍ତି। ଏଥିରେ ଭାରତ ପାକିସ୍ତାନକୁ ୧୨୪ ରନ୍‌ରେ ହରାଇ ଥିଲା।