କୋଭିଡ୍‌ରୁ ରିକଭରି ହାର ୯୮.୭୬ ପ୍ରତିଶତ

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ୧୧୫୦ ଜଣ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଏଥିସହ ଦେଶରେ ମୋଟ ସଂକ୍ରମିତିଙ୍କ ସଂଖ୍ୟା ୪,୩୦,୪୨,୦୯୭କୁ ବୃଦ୍ଧି ପାଇଛି। ସେହିପରି ଆକ୍ଟିଭ୍ ମାମଲା ୧୧୫୫୮କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ୫,୨୧୭୫୧କୁ ବୃଦ୍ଧି ଘଟିଛି। ଆକ୍ଟିଭ ମାମଲା ୦.୦୩ ପ୍ରତିଶତ ଥିବା ବେଳେ   ରିକଭରି ହାର ୯୮.୭୬ ପ୍ରତିଶତ ରହିଛି। ୨୪ ଘଣ୍ଟାରେ ଦେଶରେ କ୍ୟାସଲୋଡ଼ ୧୯୨କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳାୟ ଅନୁଯାୟୀ, ଦୈନିକ ପଜିଟିଭିଟି ହାର ୦.୩୧ ପ୍ରତିତ ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୦.୨୭ ପ୍ରତିଶତ ରହିଛି। କୋଭିଡ୍‌ରୁ ମୋଟ ୪,୨୫,୦୮,୭୮୮ ଜଣ ସୁସ୍ଥ ହୋଇଛନ୍ତି।  ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ଅନ୍ୟପଟେ ଶନିବାର ଦିଲ୍ଲୀରେ ୪୬୧ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ୨ ଜଣ ପ୍ରାଣ ହରାଇଛନ୍ତି।

ମାର୍ଚ୍ଚ ୧୫ ପରଠାରୁ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା। ସେହିପରି ରାଜଧାନୀରେ ୫୧ ଦିନ ପରେ କରୋନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୬୨ରେ ପହଞ୍ଚି ଯାଇଛି। ଦିଲ୍ଲୀରେ କରୋନା ସକ୍ରିୟ ମାମଲା ସଂଖ୍ୟା ମୁମ୍ବାଇ ତୁଳନାରେ ତିନି ଗୁଣ ଅଧିକ ରହିଛି। ସେହିପରି ମେଟ୍ରୋ ସହର ବେଙ୍ଗାଳୁରୁରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୬୩ ରେକର୍ଡ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।