ବାରବାଟୀ ଟି-20; ଆଜି ଅଭ୍ୟାସ, କାଲି ଟକ୍କର

କଟକ(ଓଡ଼ିଶା ରିପୋର୍ଟର): କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମହା ମୁକାବିଲା ପାଇଁ ସଜେଇ ହୋଇଛି ବାରବାଟୀ। ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ୍ ପ୍ରାକ୍ଟିସ୍ କରିବେ। ଦିନ ୧ଟାରୁ ଅପରାହ୍ନ ୪ଟା ଯାଏ ଦକ୍ଷିଣ-ଆଫ୍ରିକା ଦଳ ଅଭ୍ୟାସ କରିବ।  ପରେ ୫ଟାରୁ ୮ଟା ଯାଏ ଭାରତୀୟ ଦଳ ଅଭ୍ୟାସ କରିବେ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱର ହୋଟେଲରୁ ବାରବାଟୀ ପଡ଼ିଆ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୁଲିସ। ରବିବାର ଦିନର […]

cuttack

cuttack

Tapaswini Nayak
  • Published: Saturday, 11 June 2022
  • Updated: 11 June 2022, 09:04 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମହା ମୁକାବିଲା ପାଇଁ ସଜେଇ ହୋଇଛି ବାରବାଟୀ। ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ୍ ପ୍ରାକ୍ଟିସ୍ କରିବେ। ଦିନ ୧ଟାରୁ ଅପରାହ୍ନ ୪ଟା ଯାଏ ଦକ୍ଷିଣ-ଆଫ୍ରିକା ଦଳ ଅଭ୍ୟାସ କରିବ।  ପରେ ୫ଟାରୁ ୮ଟା ଯାଏ ଭାରତୀୟ ଦଳ ଅଭ୍ୟାସ କରିବେ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିପାଇଁ ଭୁବନେଶ୍ୱର ହୋଟେଲରୁ ବାରବାଟୀ ପଡ଼ିଆ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୁଲିସ।

ରବିବାର ଦିନର ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ଡିଜିପି ସୁନୀଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ  ଗତକାଲି  ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ଅତରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଆର୍‌.କେ ଶର୍ମାଙ୍କ ସହିତ ଭୁବନେଶ୍ୱର-କଟକ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ।

ଖେଳର ସୁପରିଚାଳନା ପାଇଁ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଏସିପି, ୪୫ ଇନ୍ସପେକ୍ଟର, ୨୭୭ ଏସ୍‌ଆଇ/ଏଏସ୍‌ଆଇ, ୨୧ ଟ୍ରାଫିକ ହାବିଲଦାର, ୯୨ ଟ୍ରାଫିକ କନଷ୍ଟେବଲ, ୧୭୬ ଏପିଆର କନଷ୍ଟେବଲ, ୪୩ ମହିଳା କନଷ୍ଟେବଲ, ୧୭୧ ହୋମଗାର୍ଡ ଓ ୧୮୬ ସେକ୍ସନ ଫୋର୍ସ ମୁତୟନ କରାଯିବ ବୋଲି ଡିଜିପି ସୁନୀଲ କୁମାର ବଂଶଲଙ୍କୁ ଅବଗତ କରାଇଥିଲେ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos