ମିଛ କହି ରସଗୋଲା ମାନ୍ୟତା ନେଇଯାଇଛି ପଶ୍ଚିମବଙ୍ଗ; ନୋଟିସ୍ ପଠାଇଲା ଇଣ୍ଡିଆନ୍ ପ୍ୟାଟେଣ୍ଟ୍ ଅଫିସ୍‌

ଚେନ୍ନାଇ: ପଶ୍ଚିମବଙ୍ଗ ସରକାରଙ୍କୁ ଚାରି ମାସ ତଳେ ‘ବାଂଲାର ରସଗୋଲା’ ପାଇଁ ମିଳିଥିବା ଜି.ଆଇ ମାନ୍ୟତାକୁ ଏକ ଝଟକା ଲାଗିଛି। ‘ବାଂଲାର ରସଗୋଲା’ ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରିନିଆନଯିବ, ସେ ସଂପର୍କରେ ନିଜର ପକ୍ଷ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାର ଚଞ୍ଚକତା କରି ଭୁଲ୍ ତଥ୍ୟ ଉପସ୍ଥାପନ କରି ଚେନ୍ନାଇ ସ୍ଥିତ ଇଣ୍ଡିଆନ୍ ପ୍ୟାଟେଣ୍ଟ୍ ଅଫିସରୁ ‘ବାଂଲାର ରସଗୋଲା’ ନାଁରେ ଜି.ଆଇ ମାନ୍ୟତା ହାସଲ କରିଛନ୍ତି।  କୌଣସି […]

rasogolla

rasogolla

Rakesh Mallick
  • Published: Friday, 16 March 2018
  • Updated: 16 March 2018, 04:48 PM IST

Sports

Latest News

ଚେନ୍ନାଇ: ପଶ୍ଚିମବଙ୍ଗ ସରକାରଙ୍କୁ ଚାରି ମାସ ତଳେ ‘ବାଂଲାର ରସଗୋଲା’ ପାଇଁ ମିଳିଥିବା ଜି.ଆଇ ମାନ୍ୟତାକୁ ଏକ ଝଟକା ଲାଗିଛି। ‘ବାଂଲାର ରସଗୋଲା’ ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରିନିଆନଯିବ, ସେ ସଂପର୍କରେ ନିଜର ପକ୍ଷ ରଖିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାର ଚଞ୍ଚକତା କରି ଭୁଲ୍ ତଥ୍ୟ ଉପସ୍ଥାପନ କରି ଚେନ୍ନାଇ ସ୍ଥିତ ଇଣ୍ଡିଆନ୍ ପ୍ୟାଟେଣ୍ଟ୍ ଅଫିସରୁ ‘ବାଂଲାର ରସଗୋଲା’ ନାଁରେ ଜି.ଆଇ ମାନ୍ୟତା ହାସଲ କରିଛନ୍ତି।  କୌଣସି ମିଷ୍ଟାନ୍ନ ପ୍ରତିଷ୍ଠାନ ଏହି ଜି.ଆଇ ମାନ୍ୟତା ପାଇବା ପାଇଁ ଆବେଦନ କରି ନଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ ବିଭାଗ କର୍ପୋରେସନ୍ ସେହି ଆବେଦନ କରିଥିଲା ଏବଂ ଓଡ଼ିଶାକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା। ତେବେ ପଶ୍ଚିମବଙ୍ଗର ଏହି ଚଞ୍ଚକତା ବିରୋଧରେ ରିଜିଓନାଲ୍ ଡେଭେଲପ୍‌ମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏକ ମାସ ତଳେ ଚେନ୍ନାଇ ସ୍ଥିତ ଆଇ.ପି ଅଫିସ୍‌ରେ ‘ଅବ୍‌ଜେକ୍ସନ୍ ପିଟିସନ୍’ ଫାଇଲ୍ କରିଥିଲେ ଏବଂ ‘ବାଂଲାର ରସଗୋଲା’ ପାଇଁ ଦିଆଯାଇଥିବା ଭୁଲ୍‌ ତଥ୍ୟ ଉପରେ ପ୍ରଶ୍ନ କରିଥିଲେ। ଏବେ ପଶ୍ଚିମବଙ୍ଗ ସରକାର ନିଜର ପକ୍ଷ ରଖିବେ। ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ମାସ ସମୟ ଦିଆଯାଇଛି।

westbengalଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନୈବିଦ୍ୟ ଭାବେ ଆଠ ଶହ ବର୍ଷ ତଳୁ ରସଗୋଲା ଭୋଗ ହେଉଅଛି। ଭକ୍ତକବି ବଳରାମ ଦାସ ‘ଦାଣ୍ଡି ରାମାୟଣ’ରେ ୫୦୦ ବର୍ଷ ତଳେ ରସଗୋଲା ସଂପର୍କରେ ବର୍ଣ୍ଣନା କରାଯାଇଛନ୍ତି। ଇତି ମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି। ମାତ୍ର ଦେଢ଼ଶହ ବର୍ଷ ତଳେ ଓଡ଼ିଆ କାରିଗରଙ୍କଠାରୁ ରସଗୋଲାର ପ୍ରସ୍ତୁତି-ପ୍ରକ୍ରିୟା ଶିଖି ବଙ୍ଗାଳିମାନେ ରସଗୋଲାକୁ ଉଦ୍‌ଭାବନ କରିଛନ୍ତି କହିବା ଦ୍ୱାରା ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦ ତେଜିଛି ଏବଂ ପ୍ରକୃତ ସତ୍ୟ ଭିନ୍ନ ବୋଲି ଏବେ ଦେଶବାସୀଙ୍କର ହୃଦ୍‌ବୋଧ ହେଉଛି। ଏ ସଂପର୍କରେ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡ଼ିଆ ପର୍ବ’ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଦାଏର କରାଯାଇଥିବା ଜନସ୍ୱାର୍ଥ ମାମଲା ଏବେ ବିଚରାଧୀନ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos